Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ୪ ଶହ ଟଙ୍କା ସହାୟତା ଭତାରୁ ବଂଚିତ ବାର୍ଦ୍ଧକ୍ୟ ଭତା ହିତାଧିକାରୀ

ଧାମନଗର ବ୍ଲକରେ ୪ ଶହ ଟଙ୍କା ସହାୟତା ଭତାରୁ ବଂଚିତ ବାର୍ଦ୍ଧକ୍ୟ ଭତା ହିତାଧିକାରୀ

13

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ କିଛିଦିନ ହେବ ଉନ୍ନୟନ କାର୍ଯ୍ୟ ଠପ ହୋଇ ଯାଇ ଥିବାବେଳେ ବ୍ଲକ ପ୍ରସାଶସନ ଗ୍ରୀଷ୍ମ କାଳୀନ ଭତା ବଂଟନ କରି ନପାରି ଏବେ ନାନା ସମସ୍ୟା ରେ ଛନ୍ଦୀ ହୋଇ ପଡ଼ିଛନ୍ତି।ପ୍ରକାଶ ଥାଉ କି ଧାମନଗର ବ୍ଲକ ର ୩୧ ପଞ୍ଚାୟତରେ ଭତା ହିତାଧିକାରୀ ଗ୍ରୀଷ୍ମ କାଳୀନ ୪ ଶହ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଭତା ହିତାଧିକାରୀ ଏହି ଟଙ୍କାରେ ଜୋତା ଓ ଛତା କିଣି ବ୍ୟବହାର କରିବେ। ହେଲେ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ୯ ହଜାର ୨୮୬ ଜଣ ଙ୍କୁ ମିଳୁଥିବା ଭତା ହିତାଧିକାରୀ ଏହି ୪ ଶହ ଟଙ୍କାରୁ ବଂଚିତ ହୋଇଛନ୍ତି। ତେବେ ମେ ମାସରେ ଏହି ହିତାଧିକାରୀଙ୍କୁ ସରକାରଙ୍କ ଦ୍ୱାରା ଏକ ହଜାର ସମେତ ଗ୍ରୀଷ୍ମ କାଳୀନ ସହାୟତା ୪ ଶହ ଟଙ୍କା ମିଶାଇ ମୋଟ ୧୪୦୦ ଟଙ୍କା ପ୍ରଦାନ କରାଯିବା କଥା। ହେଲେ ଏହି ରାଶି ହାତାହାତି ୧୭ ହଜାର ୧୭୯ ଜଣ ଭତା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବ୍ୟାଙ୍କ ଆକାଉଂଟ ଭତାଧାରି ଏହି ସହାୟତାରୁ ବଂଚିତ ହୋଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଧାମନଗର ଗୋଷ୍ଟି ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡା ଙ୍କୁ ପଚାରିବାରୁ କୁହନ୍ତି ହା ପାଉଥିବା ହିତାଧିକାରୀ ଙ୍କୁ ଏକ ହଜାର ଟଙ୍କା ଭତା ପ୍ରଦାନ ସମୟରେ ଗ୍ରୀଷ୍ମ କାଳୀନ ସହାୟତା ୪ ଶହ ଟଙ୍କା ଆମେ ପ୍ରଦାନ କରିଦେଇଛୁ। ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ଖାଲି ଏକ ହଜାର ଭତା ଟଙ୍କା ମିଳିଛି। ହେଲେ ୪ ଶହ ଟଙ୍କା ମିଳିନାହିଁ। ଏବାବଦରେ ମୁଁ ଜିଲ୍ଲାପାଳଙ୍କୁ ଜଣାଇଛି। ସିଘ୍ର ସମାଧାନ କରାଯାଇ ପ୍ରଦାନ କରାଯିବ ବୋଲି ଶ୍ରୀ ଦିଣ୍ଡା କହିଛନ୍ତି। ଅନ୍ୟପକ୍ଷେ ସରକାର ଅନଲାଇନ ପ୍ରଣାଳୀ କହୁଛନ୍ତି। ବ୍ୟାଙ୍କରେ ଜିରୋ ଆକାଉଂଟ ଖାତା ଖୋଲି ଭତା ଟଙ୍କା ପ୍ରଦାନ କରିବାକୁ ନିଷ୍ପତି ନେଲେ ହେଲେ ଧାମନଗର ସାମାଜିକ ସୁରକ୍ଷା ଅଧିକାରିଣୀ ଜ୍ୟୋସ୍ନାରାଣୀ ଦାସ ତାଙ୍କ କର୍ମଚାରି ଙ୍କ ସହଯୋଗ ରେ ହିତାଧୀକାରୀ ବ୍ୟାଙ୍କ ମାଧ୍ୟମରେ ଭତା ନପଠାଇ ଅଫଲାଇନ ମାଧ୍ୟମରେ ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ଅପର ପକ୍ଷେ ଜଣେ ସାଧାରଣ ଲୋକ ଉକ୍ତ ବିଭାଗ କୁ ଗଲାବେଳେ ସଂତୋଷ ଜନକ ଉତର ନ ଦେଇ ଜିଲ୍ଲାପାଳ ଙ୍କୁ ଦେଖକର ବୋଲି କହୁଛନ୍ତି। ଏ ଦିଗରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଚି। ତୁରନ୍ତ ଅଫ୍ ଲାଇନି ରେ ପାଉଥିବା ହିତାଧିକାରୀଙ୍କୁ ଗ୍ରୀଷ୍ମ କାଳୀନ ଭତା ପ୍ରଦାନ ପାଇଁ ବିଭିନ୍ନ ମହଲ ରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.