Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଇନକମ୍ପ୍ଲିଟ

ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଇନକମ୍ପ୍ଲିଟ

8

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଦିଆଯାଇଥିବା ୧୭୫୫ଟି ଆବାସ ଅସମ୍ପୂର୍ଣ୍ଣ ରହିଥିବା ଖବରେ ଚର୍ଚ୍ଚା ତୀବ୍ର ହୋଇଛି। ଆସନ୍ତା ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ନୂତନ ଆବାସ ଆସିବା ପୂର୍ବରୁ ଏହି ଅପରିଣତ ଘର ବ୍ଲକ ପାଇଁ ମୁଣ୍ଡବିନ୍ଧା ସମସ୍ୟା ସୃଷ୍ଟି କରିପାରେ ବୋଲି ପ୍ରଶାସନ ଆଶଙ୍କା କରୁଛି। ୨୦୧୬–୧୭ ରୁ ୨୦୨୪–୨୫ ମସିହା ଅବଧି ମଧ୍ୟରେ ଧାମନଗର ବ୍ଲକର ୩୧ ପଂଚାୟତରେ ମୋଟ ୧୭୫୫ ଆବାସ ଅପରିଣତ ରହିଥିବା ବ୍ଲକ ବିଡିଓ ସୂଚନା ଦେଇଛନ୍ତି। ଭଗବାନପୁର ଓ ଗୋବିନ୍ଦପୁର ପଂଚାୟତରେ ସବୁଠାରୁ ଅଧିକ ହିତାଧିକାରୀ ଘରକାମ କରିନଥିବା ଚିହ୍ନଟ ହୋଇଛି। ଏହି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ୨୦,୦୦୦ ଟଙ୍କା ଆକାଉଂଟକୁ ଯାଇଥିବା ସତ୍ୱେ କାମ ହୋଇନଥିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରତ୍ୟେକ ପଂଚାୟତରେ ଶୁଣିବାକୁ ମିଳିଛି ଯେ ପାଖାପାଖି ୬୦ ରୁ ୭୦ଟି ଆବାସ ଅସମ୍ପୂର୍ଣ୍ଣ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସରକାରୀ ନିୟମ ହିସାବରେ ପ୍ରଥମ କିସ୍ତି ପରେ ଘର ନିର୍ମାଣ କରିଥିବା ପ୍ରମାଣ ଦେଖାଇବା ଆବଶ୍ୟକ। ଏହା ନ ହେଲେ ପରବର୍ତୀ କିସ୍ତି ବନ୍ଦ ହେବ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆବାସ ସମ୍ପୂର୍ଣ୍ଣ କଲେ ଶେଷ କିସ୍ତି ମିଳିବ। ଏହାସହ ଏନଆରଜିଏସ୍ ମଜୁରୀ ବାବଦକୁ ୨୦ ହଜାର ଟଙ୍କା ମିଳିବ। ତେବେ ଏଭଳି ନିୟମ ସ୍ୱତେ ଧାମନଗର ବ୍ଲକରେ କାହିଁକି ହିତାଧୀକାରୀ ଘର ନିର୍ମାଣ କରିପାରୁନାହାନ୍ତି ତାହାର ତଦନ୍ତ ହେବା ଆବଶ୍ୟକ ରହିଛି। ଡେରି ହେବା ନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ, ଅଧିକାରୀମାନେ ପହଂଚି କାର୍ଯ୍ୟ ଶୀଘ୍ର କରିବାକୁ ଜଣାଉଥିବା ବେଳେ ମଧ୍‌ଯ ହିତାଧୀକାରୀ କାର୍ଯ୍ୟ ଆରମ୍ଭ କରୁନାହାନ୍ତି। ଏନେଇ ଧାମନଗର ବିଡିଓ ବନବିହାରୀ ଦିନ୍ଦା କୁହନ୍ତି ଡିସେମ୍ବର। ମାସ ପୂର୍ବରୁ କାମ ସରାଇ ଦେବାକୁ ବାରମ୍ବାର ଅନୁରୋଧ କରାଯାଉଛି। ନହେଲେ ନିୟମ ହିସାବରେ ଟଙ୍କା ଫେରସ୍ତ ପାଇଁ ସରକାରୀ ବ୍ୟବସ୍ଥା କରାଯିବ ବୋଲି କହୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.