Home ଜିଲ୍ଲା ପରିକ୍ରମା ଧାମନଗର :ବୈତରଣୀ-କୋଚିଳା ବନ୍ୟା ବିପନ୍ନଙ୍କ ୩ ପଂଚାୟତ ଅଧିବାସୀଙ୍କ ମେଳି, ଘେରି ବନ୍ଧ ନିର୍ମାଣ ପାଇଁ...

ଧାମନଗର :ବୈତରଣୀ-କୋଚିଳା ବନ୍ୟା ବିପନ୍ନଙ୍କ ୩ ପଂଚାୟତ ଅଧିବାସୀଙ୍କ ମେଳି, ଘେରି ବନ୍ଧ ନିର୍ମାଣ ପାଇଁ ଦାବି

43
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଳକର ତିନୋଟି ପଂଚାୟତ ହସନାବାଦ, ଅର୍ଜୁନପୁର ଏବଂ ପଧାନି ପଂଚାୟତ ର ଶତାଧିକ ବରିଷ୍ଠ ନାଗରିକଙ୍କ ସମେତ ସର୍ବଦଳୀୟ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ନେଇ ବୈତରଣୀ ଓ କୋଚିଳା ମଧ୍ୟବର୍ତୀ ବନ୍ୟା ସୁରକ୍ଷା ସମିତି ଗଠିତ ହୋଇଛି ।ହସନାବାଦ ସ୍ଥିତ ହୃଦାନନ୍ଦ କଲ୍ୟାଣ ମଣ୍ଡପରେ କୃଷକ ନେତା ଚନ୍ଦ୍ରଶେଖର ନାୟକଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉପସ୍ଥିତ ତିନି ପଂଚାୟତ ର ଅଂଚଳବାସୀ କହିଲେ ଯେ ବୈତରଣୀ ନଦୀର ଡ଼ାହାଣ ପାର୍ଶ୍ୱକୁ କ୍ୟାପିଟାଲ ଏମ୍ବାଗମେଂଟ ମାନ୍ୟତା ମିଳିଥିଲା ବେଳେ ବାମ ପାର୍ଶ୍ୱ କୃଷି ବନ୍ଧର ମାନ୍ୟତା ହେତୁ ଅପେକ୍ଷାକୃତ ନିଚା ଏବଂ ଦୁର୍ବଳ ଅଟେ ।କୋଚିଳା ନଦୀ ପଧାନି ପଂଚାୟତର ଆଠଘରିଆ ଠାରୁ ସୃଷ୍ଟି ହୋଇ ପାଳସାହି ପଂଚାୟତର ଗାନ୍ଧୀଘାଟ ଠାରେ ପୁଣି ବୈତରଣୀରେ ମିଶିଛି ।ଏହା ଫଳରେ ତିନି ପଂଚାୟତର ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନଜୀବିକା ବିପନ୍ନ ହେଉଛି ଏବଂ ଅଧିକାଂଶ ସମୟରେ ଧନଜୀବନ ପ୍ରଭାବିତ ହେଉଛି ।ବର୍ଷ ବର୍ଷ ଧରି ଯନ୍ତ୍ରଣାଦାୟକ ପରିସ୍ଥିତିକୁ ସାମ୍ନା କରୁଥିବା ତିନି ପଂଚାୟତ ଲୋକେ ବନ୍ୟା ନିୟନ୍ତ୍ରଣ ପାଇଁ ସମ୍ମିଳିତ ସ୍ୱର ଉଠାଇଛନ୍ତି ।ଏମାନେ ଦାବି କରିଛନ୍ତି କି ବୈତରଣୀର ବାମ ଓ କୋଚିଳା ର ଡ଼ାହାଣ ପାର୍ଶ୍ୱକୁ ନେଇ ଘେରି ବନ୍ଧ ନିର୍ମାଣ କରାଯାଉ ।ଦୁଇ ନଦୀର କୂଳ ବନ୍ଧକୁ ଉଚ୍ଚ,ସୁଦୃଢ ତଥା ଆବଶ୍ୟକ ହେଲେ କଂକ୍ରିଟ ୱାର୍ଲ ନିର୍ମାଣ ହେଉ ।ବୈତରଣୀ ନଦୀର ବାମ ପାଖ ବନ୍ଧକୁ ଡାହାଣ ପାଖ ପରି କ୍ୟାପିଟାଲ ଏମ୍ବାଗମେଂଟ କରାଯାଉ ଏବଂ ଏଥିପାଇଁ ଆବଶ୍ୟକ ଲୋକଙ୍କ ଜାଗା ଜମିକୁ ସରକାର ଅଧିଗ୍ରହଣ କରି ଏଥିପାଇଁ କ୍ଷତିପୂରଣ ପ୍ରଦାନ ଭଳି ପଦକ୍ଷେପ ନିଅନ୍ତୁ ।ଏଭଳି ଦାବି ନେଇ ବୈତରଣୀ କୋଚିଳା ନଦୀ ମଧ୍ୟବର୍ତୀ ଅଂଚଳ ବନ୍ୟା ସୁରକ୍ଷା ସମିତି ପକ୍ଷରୁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।ଏହି କମିଟି ନିକଟରେ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ସମେତ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତି ନିଆଯାଇଛି ।ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଧାମନଗର ବ୍ଲକ ପ୍ରତିନିଧି ତଥା ପଧାନି ସରପଂଚ ଅଶୋକ ପୁହାଣ,ବିଜେଡି ନେତା ତଥା ଜିଲ୍ଲା ପରିଷଦ ପ୍ରଦୀପ ମଲ୍ଲିକ,ଜିଲ୍ଲା ବିଜେପି ଉପସଭାପତି ଚତୃଭୂଜ ନାୟକ,ସମିତି ସଭ୍ୟ ବିଦ୍ୟାଧର ରାଉତ,ବିଜେପି ରାଜ୍ୟ ପରିଷଦ ସଭ୍ୟ ଆଶିଷ ଜେନା,ବିଜେଡିର ପୂର୍ବ ବ୍ଲକ ସଭାପତି ଉମେଶ ମହାନ୍ତି,ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ,ଶଶୀଭୂଷଣ ପଣ୍ଡା,ସରପଂଚ ଅଜୟ ମଲ୍ଲିକ,ଅକ୍ଷୟ ନାୟକ,ଦିଗମ୍ବର ମଲ୍ଲିକ,ପ୍ରମୋଦ ଦାସ,ଜଗନ୍ନାଥ ମଲ୍ଲିକ,ହୃଦାନନ୍ଦ ନାୟକ,ରଞ୍ଜନ ଭୂୟାଁ,ବାଦଲ ବିଶ୍ୱାଳ,ଧରଣୀଧର ବସନ୍ତିଆ,ରମେଶ ମହାନ୍ତି,କାଳନ୍ଦୀ କୁଅଁର ପ୍ରମୁଖଙ୍କ ସମେତ ଶତାଧିକ ବିଭିନ୍ନ ବର୍ଗର ନାଗରିକ ଏହି ବୈଠକରେ ଯୋଗ ଦେଇଥିଲେ । ଏ ନେଇ କମିଟି ର କାର୍ଯ୍ୟ କର୍ତା ବିହାଗୀୟ ଅଧିକାରୀଙ୍କ ସହ ଆଲୋଚନା ପାଇଁ ନିଷ୍ପତି ମଧ୍ୟ ନିଆ ଯାଇ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.