Home ଜିଲ୍ଲା ପରିକ୍ରମା ଧାମନଗର ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଓ ଖାଇବାକୁ ଦେଉନଥିବା ଅଭିଯୋଗ

ଧାମନଗର ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଓ ଖାଇବାକୁ ଦେଉନଥିବା ଅଭିଯୋଗ

31

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର କଲେଜ ସାମ୍ନା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ଖାଇବାକୁ ଦେଉନଥିବା ଅଭିଯୋଗ ହୋଇଛି। ଏନେସି ମଳିକ ସାହି ନିବାସୀ ଧନେଶ୍ୱର ମଳିକ ଅଭିଯୋଗ ଆଣିଛନ୍ତି। ପାରିବାରିକ ସମସ୍ୟା ହେତୁ ଧନେଶ୍ୱର ୭ଦିନ ହେଲା ବୃଦ୍ଧାଶ୍ରମରେ ଆଶ୍ରୟ ନେବାକୁ ପହଂଚିଥିଲେ। ସେଠାରେ ପ୍ରତିଦିନ ଖାଦ୍ୟରେ ସଖାଳୁ ମୁଢ଼ି ମଧ୍ୟାହ୍ନରେ ଭାତ ସାଙ୍ଗକୁ ପାଣିଆ ଡାଲି, ନିମ୍ନମାନର ତରକାରୀ ଓ ସନ୍ଧ୍ୟାରେ ପୁଣି ମୁଢ଼ି କେତେବେଳେ କେମିତି ହାଲୁଆ ଦିଆଯାଉଛି। ଭିତରେ ଥିବା ଅନ୍ତେବାସୀ ଖାଦ୍ୟ ବିନା ଦୁର୍ବଳିଆ ହୋଇପଡିଲେଣି। ମୁଁହ ଖୋଲିଲେ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଧନେଶ୍ୱର। ଏହି ବୃଦ୍ଧାଶ୍ରମକୁ ଏକ ବେସରକାରୀ ଆଶ୍ରିବାଦ ସଂଗଠନ ପରିଚାଳନା କରୁଛି। ପୁର୍ବରୁ ଏହି ସଂସ୍ଥା ନାମରେ ଅନେକ ଅଭିଯୋଗ ଆସିଛି। ହେଲେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ବୃଦ୍ଧାଶ୍ରମ ପରିସରରେ ମଦ୍ୟପାନ କରି ପେଟି ପେଟି ମଦ ବୋଟଲ ବାହାରୁଛି। ଏନେଇ ଆଜି କିଛି ସ୍ଥାନୀୟ ଲୋକେ ଓ ସାମ୍ବାଦିକ ବୃଦ୍ଧାଶ୍ରମ ଭିତରକୁ ଯିବାକୁ ପହଂଚିଲା ପରେ ସୁରକ୍ଷା କର୍ମୀ ବାରଣ କରିଥିଲେ। ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଆଶ୍ରିବାଦ ସଂଗଠନ ପରିଚାଳିକା ଭରପୂର ପ୍ରୟାସ କରିଥିଲା। ଗେଟ୍ ଭିତରକୁ ପ୍ରବେଶ କରାଇଦେଇନଥିଲେ। ପୁର୍ବରୁ ଏହି ସଂସ୍ଥା ନାମରେ ଅନେକ ଅଭିଯୋଗ ଆସିଛି। ଏଣୁ ଭଦ୍ରକ ଜିଲ୍ଲାପାଳ ତଦନ୍ତ କରିବା ଆବଶ୍ୟକ ରହିଛି। ଖବର ପାଇଁ ଧାମନଗର ପୋଲିସ ପହଂଚି ବୁଝାସୁଝା କରି ଲୋକଙ୍କୁ ବିଦା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.