Home ଜିଲ୍ଲା ପରିକ୍ରମା ଧାମନଗର ବିଭିନ୍ନ ସେବା ସମବାୟ ସମିତିରେ ଚାଷୀଙ୍କ ଠାରୁ ଧାନିକିଣା ଆରମ୍ଭ

ଧାମନଗର ବିଭିନ୍ନ ସେବା ସମବାୟ ସମିତିରେ ଚାଷୀଙ୍କ ଠାରୁ ଧାନିକିଣା ଆରମ୍ଭ

128

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସେବାସମବାୟ ସମିତି ଆନୁକୂଲ୍ୟରେ ସରକାରୀ ଧାନମଣ୍ଡି ଖୋଲାଯାଇ ଆଜି ଚାଷୀଙ୍କ ଠାରୁ ସିଧାସଳଖ ଭାବରେ ଧାନକିଣା ଆରମ୍ଭ ହୋଇଥିଲା । ଏହି ଧାନକିଣା ସମୂହର ସହକାରୀ ନିର୍ବନ୍ଧକ ସଦାନନ୍ଦ ବେହେରା ବିଭିନ୍ନ ସେବାସମବାୟ ସମିତିକୁ ଯାଇ ଏହି ଧାନମଣ୍ଡିର ଶୁଭାରମ୍ଭ କରିଥିଲେ । ଧାମନଗର ବ୍ଲକର ଚୁଡ଼ାକୁଟି ସେବାସମବାୟ ସମିତି, ଧାମନଗର ସେବାସମବାୟ ସମିତି, ଭଗବାନପୁର ଶ୍ରୀଜଗନ୍ନାଥ ସେବାସମବାୟ ସମିତି ଓ ଦଳାଙ୍ଗ ସେବାସମବାୟ ସମିତିରେ ଏହି ଧାନକିଣା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଧାମନଗର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ, ଧାମନଗର ଯୋଗାଣ ନୀରିକ୍ଷକ ଆନିବସନ୍ତି ସାହୁ, ଏରିଆ ଅଫିସର ମୃତ୍ୟୁଞ୍ଜୟ ପଣ୍ଡା, ଚୁଡ଼ାକୁଟି ସେବାସମବାୟ ସମିତିର ସମ୍ପାଦକ ଅରୁଣଉଦୟ ପାତ୍ର, ଧାମନଗର ସେବାସମବାୟ ସମିତିର ବସନ୍ତରାଜ ସାହୁ, ଭଗବାନପୁର ଶ୍ରୀଜଗନ୍ନାଥ ସେବାସମବାୟ ସମିତିର ସମ୍ପାଦକ ପ୍ରକାଶଚନ୍ଦ୍ର ରାଉତ ଓ ଦଳାଙ୍ଗ ସେବାସମବାୟ ସମିତିର ସମ୍ପାଦୀକା ସ୍ୱାଗତିକା ରାଉତ ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ । ଚଳିତବର୍ଷ ଚାଷୀଙ୍କ ଠାରୁ ଶତକଡ଼ା ୮୦ଭାଗ ଧାନ କ୍ରୟ କରିବାପାଇଁ ନିଷ୍ପତ୍ତି ହୋଇଛି । ଏଥିମଧ୍ୟରେ ୧୧ଟି ସେବାସମବାୟ ସମିତି ଓ ୪ଗୋଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ଧାନ କିଣାଯିବ । ଏନେଇ ଚାଷୀଙ୍କ ଠାରୁ ୧୯୬୦ଟଙ୍କା କ୍ୟୁଣ୍ଟାଲ ପିଛା କିଣାଯିବବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.