Home ଜିଲ୍ଲା ପରିକ୍ରମା ଧାମନଗର ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା

ଧାମନଗର ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା

43

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ସହରୀମଣ୍ଡଳ ପକ୍ଷରୁ ଭାରତୀୟ ଜନତାପାର୍ଟି ପକ୍ଷରୁ ସହରୀମଣ୍ଡଳ ସଭାପତି ଭାବେ ଶକ୍ତିଦତ୍ତ ଦାଶ ଙ୍କ ନାମ ଘୋଷଣା କରାଯାଇଛି । ଆଜି ଅପରାହ୍ନରେ ଧାମନଗର ଜଳସେଚନ ଡ଼ାକବଙ୍ଗଳା ଠାରେ ଏକ ସଭାରେ ବିଜେପି ଜିଲ୍ଳା ସମ୍ପାଦକ ମନୋଜ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ନଗରସଭାପତି କୈଳାଶଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ବିଜୟ କୁମାର ରାମ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଶୁଭେନ୍ଦୁ ପାତ୍ର, ରମେଶ ବେହେରା, ପ୍ରଶାନ୍ତ ଜେନା, ଅଶୋକ ଜେନା, କୈଳାଶଚନ୍ଦ୍ର ଗୁପ୍ତା ପ୍ରମୁଖ ଯୋଗଦେଇ ନୂତନ ସଭାପତି ଶକ୍ତିଦତ୍ତ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ଧାମନଗର ସହରୀ ମଣ୍ଡଳର ଯୁବମୋର୍ଚ୍ଚା ସଦସ୍ୟ ମାନଙ୍କୁ ଏକଜୁଟ କରି ଭାରତୀୟ ଜନତାପାର୍ଟିର ହାତମୁଠାକୁ ଟାଣ କରିବାକୁ ନୂତନ ସଭାପତି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.