Home ଜିଲ୍ଲା ପରିକ୍ରମା ଧାମନଗର : ବିଜେଡି ଛାଡ଼ିଲେ ଖପରପଦା ସରପଂଚ ଓ ଏକାଧିକ ୱାର୍ଡ ମେମ୍ବର

ଧାମନଗର : ବିଜେଡି ଛାଡ଼ିଲେ ଖପରପଦା ସରପଂଚ ଓ ଏକାଧିକ ୱାର୍ଡ ମେମ୍ବର

5

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରରେ ବିଜୁ ଜନତା ଦଳକୁ ଜୋରଦାର ଝଟକା ଲାଗିଛି। ନୂଆପଡ଼ାରେ ଦଳ ବଳ ଗୋଟାଇବାକୁ ସଂଘର୍ଷ କରୁଥିବାବେଳେ ଧାମନଗରରେ ଦଳର ପଣତ ଛାଡ଼ିଛନ୍ତି ସମର୍ôଥତ ସରପଂଚ ଓ ଏକାଧିକ ୱାର୍ଡ ମେମ୍ବର।ଧାମନଗର ବ୍ଲକର ଖପରପଦା ପଂଚାୟତ ର ସରପଂଚ ଅନସୂୟା ସାହୁ ଏବଂ ସ୍ୱାମୀ ରମାକାନ୍ତ ସାହୁଙ୍କ ସମେତ ୪୦ ଜଣ ବିଜୁ ଜନତା ଦଳ ଛାଡ଼ି ଶାସକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଏକାଧିକ ୱାର୍ଡ ମେମ୍ବର ମଧ୍ୟ ଅଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ସରପଂଚ, ୱାର୍ଡମେମ୍ବର ଓ କର୍ମୀମାନେ ବିଜେପିରେ ମିଶିଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଦଳର ବରିଷ୍ଠ ନେତାମାନେ ସେମାନଙ୍କୁ ଦଳୀୟ ଉପଢୌକନ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ୨୦୨୭ ଜାନୁଆରି ଓ ଫେବ୍ରୁଆରି ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପୂର୍ବରୁ ଗୋଟିଏ ପଂଚାୟତର ବରିଷ୍ଠ ନେତା ଓ କର୍ମୀଙ୍କ ଦଳ ତ୍‌ଯାଗ ବିଜେଡି ପାଇଁ ବିପଦ ଆଣିପାରେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଏମାନଙ୍କ ଯୋଗଦାନ ଦଳକୁ ଅଧିକରୁ ଅଧିକ ମଜଭୁତ କରିବ ଓ ଆଗାମୀ ପଂଚାୟତ ନିର୍ବାଚନରେ ଖପରପଦାରେ ବିଜେପିର ବିଜୟ ବାନା ଉଡ଼ିବାରେ ସମ୍ଭାବନା ରହିଛି।୨୦୨୨ ପଂଚାୟତ ନିର୍ବାଚନରେ ଅନସୂୟା ବିଜେପି ସମର୍ôଥତ ସରପଂଚ ପ୍ରାର୍ôଥନୀ ତଥା ପୂର୍ବତନ ସରପଂଚ ଗୟାଧର ନାୟକଙ୍କ ସ୍ତ୍ରୀ ଅର୍ଚ୍ଚନା ନାୟକଙ୍କୁ ବହୁ ଭୋଟରେ ପରାସ୍ତ କରିଥିଲେ। ତାଙ୍କ ସ୍ୱାମୀ ରମାକାନ୍ତ ସାହୁଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ରହିଛି। ଏଣୁ ତାଙ୍କର ବିଜେପିକୁ ଆଗମନ ଦଳ ପାଇଁ ଲାଭଦାୟକ ହେବ। ଅପରପକ୍ଷରେ ଅନସୂୟାଙ୍କ ଦଳ ଛାଡ଼ିବାକୁ ଅତି ହାଲୁକା ଭାବେ ନେଇଛନ୍ତି ଖପରପଦା ସମିତି ସଭ୍ୟ ତଥା ଧାମନଗର ଯୁବ ବିଜେଡି ସଭାପତି ଭାରତ ବିଜୟ ଦଳାଇ । ଗତ ଦେଢ଼ବର୍ଷ ଧରି ଅନସୂୟା ଦଳ ପାଇଁ କାମ କରୁନଥିଲେ। ନିଜର ସ୍ୱାର୍ଥ ପାଇଁ ଶାସକ ଦଳ ସପକ୍ଷରେ ଥିଲେ। ଏବେ ବିଜେପିରେ ମିଶିଗଲେ। ଏଣୁ ତାଙ୍କର ଦଳ ଛାଡ଼ିବା ଆମ ଦଳ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଧାମନଗର ବିଜେଡି ସଭାପତି ପ୍ରତାପ ସାମଲ କହିଛନ୍ତି। ଆୟୋଜିତ ମିଶ୍ରଣ ପର୍ବରେ ଧାମନଗର ବିଜେପି ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ, ବରିଷ୍ଠ ନେତା ରଘୁନାଥ ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ସଭ୍‌ଯ ଉମାମଣି ସାହୁ ଏବଂ ଚତୁର୍ଭୂଜ ନାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.