Home ଜିଲ୍ଲା ପରିକ୍ରମା ଧାମନଗର ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜୀଲେ ପ୍ରଣବ, ଏ ସରକାର ରଙ୍ଗ ମାରି ନା ନେବାକୁ...

ଧାମନଗର ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜୀଲେ ପ୍ରଣବ, ଏ ସରକାର ରଙ୍ଗ ମାରି ନା ନେବାକୁ ବସିଛି

15

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତମାନ ର ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ କଥା ରଖି ପାରୁନାହାନ୍ତି । ନବୀନ ସରକାର ବେଳେ କରିଥିବା କାର୍ଯ୍ୟ ର ରଙ୍ଗ ମାରି କେବଳ ନା ନେବାକୁ ବସିଛନ୍ତି ବୋଲି ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଧାମନଗର ବ୍ଲକ ବିଜୁ ଜନତା ଦଳ ତରଫରୁ ଦୋବଲ ଠାରେ ଅନୁଷ୍ଠିତ ଜନ ସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ କହିଛନ୍ତି । ପଦ ଯାତ୍ରା ମୁସ୍ତାଫାପୁର ପଂଚାୟତ କାଳୀ ପଡ଼ିଆ ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା ପରେ ଦୋବଲ ହାଇସ୍କୁଲ ପଡିଆ ସଭାସ୍ଥଳରେ ପହଂଚିଥିଲା।ଏଥିରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେଡ଼ି ସରକାର ସମୟରେ ହୋଇଥିବା ଜନହିତକର ଯୋଜନା ବିଷୟରେ ଲୋକଙ୍କୁ କହିବା ସହ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ। ବିଜେପି ସରକାର ଲୋକଙ୍କୁ ଚାଉଳ ଦେଇ ନ ପାରି ଆମ୍ବ ଟାକୁଆ ଖାଇବା ପାଇଁ ବାଧ୍ୟ କରିଛି। ମୋହନ ସରକାର ଶାସନରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ସବୁଠାରୁ ଚିନ୍ତାର ବିଷୟ ଭୋକ ବିକଳରେ ଆଦିବାସୀ ଅଂଚଳରେ ଲୋକେ ଆମ୍ବ ଟାକୁଆ ଖାଇ ପ୍ରାଣ ହରାଇବା ଭଳି ଘଟଣା ଘଟିଛି ଯାହା ନବୀନ ପଟ୍ଟନାୟକଙ୍କ ଶାସନରେ କେବେ ଘଟିନାହିଁ। ତେଣୁ ଏବେ ବି ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି ବୋଲି ଅତିଥିମାନେ କହିଥିଲେ। ଏହି ସଭାରେ ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି ସଭାପତିତ୍ୱ କରିଥିଲେ। ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ମହିଳା ଜିଲ୍ଲା ସଭାନେତ୍ରୀ ବିଦ୍ୟୁତ ଲତା ନାୟକ, ନିର୍ବାଚନ ମଣ୍ଡଳୀ ନେତା ଡ଼ା ସଞ୍ଜୟ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୁର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ବ୍ଲକ ଅଧ୍ୟକ୍ଷା ଶ୍ରମିଷ୍ଠା ବେହେରା, ଏନଏସି ଅଧକ୍ଷା ନିବେଦିତା ଜେନା, ଜିଲ୍ଲାପରିଷଦ ଉର୍ମିଳା ବିଶ୍ୱାଳ, ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ଏନଏସି ସଭାପତି ସୁଶାନ୍ତ ରାଉତ, ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଏନଏସି ଉପାଧ୍ୟକ୍ଷ ଉସିନ ଏଜଦାନି କାଦରି, ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳାଇ, କୃଷଚନ୍ଦ୍ର ପତି ସମେତ ଦଳର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ପଂଚାୟତ ସଭାପତିଙ୍କ ସମେତ ବିଭିନ୍ନ ପଂଚାୟତର ବିଜେଡି କର୍ମି ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.