Home ଜିଲ୍ଲା ପରିକ୍ରମା ଧାମନଗର ବିଜୁ ଜନତା ଦଳର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ, ମାନ ମନାନ୍ତର ଛାଡି ଦଳକୁ ମଜବୁତ୍...

ଧାମନଗର ବିଜୁ ଜନତା ଦଳର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ, ମାନ ମନାନ୍ତର ଛାଡି ଦଳକୁ ମଜବୁତ୍ କର

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ବିଜୁ ଜନତା ଦଳର ବ୍ଲକ ସଭାପତି ଓ ପଂଚାୟତ ସ୍ତରୀୟ ନୂତନ ସଭାପତି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦ ବଜାର ସ୍ଥିତ ଶାନ୍ତି କଲ୍ୟାଣ ମଣ୍ଡପ ଠାରେ ରବିବାର ପୂର୍ବାହ୍ନରେ ବ୍ଲକ ବିଜେଡ଼ିର ସଭାପତି ପ୍ରତାପ ସାମଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ,ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଡାକ୍ତର ସଞ୍ଜୟ ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ ଓ ସାରଦା ପ୍ରସନ୍ନ ସାହୁ, ବିବିସିସି ବ୍ୟାଙ୍କ ନିର୍ଦ୍ଦେଶକ ଦଶରଥ ଦାସ, ଏନଏସି ବିଜେଡ଼ି ସଭାପତି ବିଜୟ କେତନ ସାହୁ, ଉପାଧ୍ୟକ୍ଷ ଓସିମ ଏଜଦାନୀ କାଦରୀ, ବରିଷ୍ଠ ବିଜେଡ଼ି ନେତା ଦୟାନିଧି ମିଶ୍ର, ବ୍ଲକଯୁବ ସଭପତି ଭାରତ ବିଜୟ ଦଳାଇ,ପୂର୍ବତନ ସଭାପତି ଉମେଶ ମହାନ୍ତି, ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ଦଳ କୁ ମଜବୁତ କରିବା ସହ ନିଜ ଭିତରେ ମାନ ମନାନ୍ତର ଭୁଲି ବିରୋଧୀ କୁ ମୁକାବିଲା କରିବା ସହ ଆଗାମୀ ନିର୍ବାଚନ ରେ ଯେମିତି ଦଳ ପୂର୍ବ ଅବସ୍ଥା ଫେରି ପାଇବ ସେ ଦିଗରେ ମନବଳ କୁ ଦୃଢ କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ବ୍ଲକ ଓ ଏନଏସିର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ବ୍ଲକ ଅଂଚଳର ୩୧ ପଂଚାୟତ ଓ ଏନଏସି ଅଞ୍ଚଳର ୧୧ ଟି ୱାର୍ଡର ନୂତନ ସଭାପତି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.