Home ଜିଲ୍ଲା ପରିକ୍ରମା ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ

ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ

4

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବରିଷ୍ଠ ନାଗରିକ ସଭା ଗୃହରେ ୯୧ ତମ ଓଡ଼ିଶା ଦିବସ (ଉତ୍କଳ ଦିବସ) ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ତଥା ସମାଜ ସେବୀ ଅନିଲ କୁମାର ବାରିକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ପବିତ୍ର ଓଡ଼ିଶା ଦିବସର ଉଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଧାମନଗର ଥାନା ଅଧିକାରୀ ସୁଭ୍ରଜିତ ଦାସ ଯୋଗଦେଇ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅସ୍ମିତା ଓ ସ୍ୱାଭିମାନ ଦିବସ ହେଉଛି ଓଡ଼ିଶା ଦିବସ ବୋଲି ତାଙ୍କ ଭାଷଣରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିରାକାର ଧଳ, ମହେଶ୍ୱର ସ୍ୱାଇଁ, ଦଶରଥ ଦାସ, ନରେନ୍ଦ୍ର ମଲ୍ଲିକ, ରାମ ଚନ୍ଦ୍ର ସାହୁ, ଅଭିମନ୍ୟୁ ମଲ୍ଲିକ, ହୃଦାନନ୍ଦ କର, ଅଶୋକ ଦାସ, ଭୋଳାନଥ ସାହୁ, ବିଶ୍ୱନାଥ ବେହେରା, ଧନାଞ୍ଜ୍ୟୟ ଦାସ, ଇଁ ନୃସିଂହ ଚରଣ ନାୟକ, ସେକ ଅବଦୁଲ ହାକିମ, ମହମ୍ମଦ ହବିବୁର ରହେମନ୍‌, ପ୍ରିୟ ରଂଜନ ସାମଲ, ସାହିତ୍ୟିକ ମନୋଜ ଜେନା, ରମଣୀ ରଂଜନ ଦାସ, ଦାମୋଦର ମଲ୍ଲିକ, ବ୍ରହ୍ମାନନ୍ଦ ପୃଷ୍ଟି, ଭିକାରୀ ବେହେରା, ପୀତବାସ ପାଣି ପ୍ରମୁଖ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ହେଉଛି ଉତ୍କଳ ଦିବସ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ର ବିଭିନ୍ନ ଅଂଚଳରୁ ଆସିଥିବା ବରିଷ୍ଠ କବି ମାନେ ଯୋଗ ଦେଇ ଓଡ଼ିଶାର ଉତ୍କୃଷ୍ଟ କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ପର୍ବ ପର୍ବାଣୀକୁ ନେଇ କବିତା ପାଠ କରିଥିଲେ । ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଚାଲିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା, କ୍ରୀଡା, ଯୁବ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମହୋଦୟଙ୍କୁ ତହସିଲଦାର ଜରିଆରେ ଧାମନଗର ବରିଷ୍ଠ ନାଗରିକ ପକ୍ଷରୁ ଏକ ଅନୁରୋଧ ପତ୍ର ଦେବା ପାଇଁ ସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସର୍ବ ଶେଷରେ ଉପ ସଭାପତି ସୁରଥ ଚନ୍ଦ୍ର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.