Home ଜିଲ୍ଲା ପରିକ୍ରମା ଧାମନଗର ବରିଷ୍ଠ ନାଗରିକ ପରିଷଦର ବନ୍ଧୁମିଳନ ଓ ଆଲୋଚନାଚକ୍ର,ଭାତୃତ୍ୱ ଭାବର ବାର୍ତା ବାଂଟିଲେ

ଧାମନଗର ବରିଷ୍ଠ ନାଗରିକ ପରିଷଦର ବନ୍ଧୁମିଳନ ଓ ଆଲୋଚନାଚକ୍ର,ଭାତୃତ୍ୱ ଭାବର ବାର୍ତା ବାଂଟିଲେ

5

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ଏକ ଭବ୍ୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅନିଲ କୁମାର ବାରିକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଚଳର ବହୁ ବିଶିଷ୍ଟ ଓ ବରିଷ୍ଟ ସଦସ୍ୟ ମାନେ ଯୋଗଦେଇ ଆଗାମୀ ଦିନ ପାଇଁ ସଂଗଠନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ପରିଷଦର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ସଦସ୍ୟମାନଙ୍କ ମଧ୍ୟରେ ଭାତୃଭାବ ବୃଦ୍ଧି କରିବା ଏବଂ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ବରିଷ୍ଠ ନାଗରିକମାନେ କିପରି ସରକାରୀ କାର୍ଯ୍ୟାଳୟ, ଥାନା ଏବଂ ଅନ୍ୟାନ୍ୟ ପ୍ରଶାସନିକ ସ୍ତରରେ ଉଚିତ ନ୍ୟାୟ ଓ ସମ୍ମାନ ପାଇପାରିବେ, ସେ ଦିଗରେ ପରିଷଦ ଦୃଢ଼ ପଦକ୍ଷେପ ନେବ ବୋଲି ସଂକଳ୍ପ ନିଆଯାଇଥିଲା। ସମାଜର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବରିଷ୍ଠ ନାଗରିକମାନଙ୍କୁ ନିୟୋଜିତ କରିବା। ବୟସ୍କ ବ୍ୟକ୍ତିଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା। ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ ଓ ସହଯୋଗର ଭାବନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଆଲୋଚନାରେ ପରିଷଦର ସଦସ୍ୟ ନୃସିଂହ ଚରଣ ନାୟକ, ସୁରଥ ସେଠୀ, କୈଳାସ ଗୁପ୍ତା, ଶେଖ ଅବଦୁଲ ହକିମି, ଧନଞ୍ଜୟ ଦାସ, ଏମ.ଡି ହବିବୁର ରହେମନ, କୃଷ୍ଣ ଚନ୍ଦ୍ର ଦାସ, କୁଳମଣି ଜେନା, ଦର୍ଶନ ଜେନା ଓ ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ମତାମତ ରଖିଥିଲେ। ପରିଶେଷରେ ସମସ୍ତ ସଦସ୍ୟ ସମାଜ ଗଠନରେ ନିଜକୁ ଉତ୍ସର୍ଗ କରିବା ପାଇଁ ଶପଥ ନେଇଥିଲେ।ପରେ ନୂଆବର୍ଷ ପାଇଁ ସମସ୍ତ ଙ୍କୁ ମିଷ୍ଟାନ୍ନ ବଂଟନ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.