Home ଜିଲ୍ଲା ପରିକ୍ରମା ଧାମନଗର: ବନ୍ୟା ର ସ୍ଥିତି ସୁଧୁରିଛି ମାତ୍ର ସମସ୍ୟା କମୁନି, ତଳିଆ ଅଂଚଳରେ ଚାଷ ଜମିରୁ...

ଧାମନଗର: ବନ୍ୟା ର ସ୍ଥିତି ସୁଧୁରିଛି ମାତ୍ର ସମସ୍ୟା କମୁନି, ତଳିଆ ଅଂଚଳରେ ଚାଷ ଜମିରୁ ପାଣି କମୁନି, ଗାଁ ରାସ୍ତା କାଦୁଅ

25

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ରେ ବନ୍ୟା ସ୍ଥିତି ସାମାନ୍ୟ ସୁଧୁରୁଛି ହେଲେ ଲୋକଙ୍କ ସମସ୍ୟା ସୁଧୁରୁନାହିଁ। ଗାଁ ଭିତରେ ବନ୍ୟାର ୫ ଦିନ ପରେବି ପାଣି ପଚ ପଚ୍ ସହ ଅନେକ ସାହି ରାସ୍ତା ରେ କାଦୁଅ ବନ୍ୟା ବିପନ୍ନ ମାନେ ଯାତାୟତ ରେ ସୁବିଧା ହେଉଛି। ପ୍ରସାଶସନ ପକ୍ଷରୁ ରନ୍ଧାଖାଦ୍ୟ ଜାରି ରହିଛି।ତେବେ ହସନାବାଦ, ଅର୍ଜୁନପୁର ଓ ପଧାନି ପଞ୍ଚାୟତର ମଲିକସାହି, ବନବାଗ, ଅନଲଡିହ, ମାହାରାକୁଳ, ସଇଲ, ଦାସପାରି ରେ ରନ୍ଧା ଖାଦ୍ୟ ଦିଆ ଯାଉଚି। ବନ୍ୟା ରେ ପାଣି ଦୂଷିତ ହେଉ ଥିବାରୁ ପ୍ରଶାସନ ପକ୍ଷରୁ ୧୦ ହଜାର ପାଣି ବୋତଲ ବନ୍ୟାବିପନ୍ନ ଙ୍କୁ ଯୋଗାଇ ଦିଆ ଯାଇଚି ଓ ପାଣି ଟ୍ୟାଙ୍କର ମଧ୍ୟ ଗ୍ରାମ ରେ ରଖା ଯାଇଛି ବୋଲି ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଧା କହିଛନ୍ତି। ତେବେ ଉପର ଅଂଚଳ ରେ ବନ୍ୟା ପାଣି କମିଥିବାରୁ ସ୍ଥିତି ସୁଧୂରୁଛି ସେଠାରେ ରନ୍ଧା ଖାଦ୍ୟବନ୍ଦ କରା ଯାଇ ତଳିଆ ଅଂଚଳ ରେ ୬ ଟି ସ୍ଥାନ ରେ ରନ୍ଧା ଖାଦ୍ୟ ଜାରି ରହିଛି ବୋଲି ବିଡ଼ିଓ କହିଛନ୍ତି। ଅସ୍ତକ, ଅନଲଡିହ, ବନବାଗ, ଜେନା ସାହି ରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅହରହ ବର୍ଷା ଓ ବନ୍ୟାଜଳ ରେ ଧାମନଗର ବ୍ଲକ ରେ ପାଖା ପାଖି ୧୦ ହଜାର ହେକ୍ଟର ଚାଷ ଜମିରେ ପାଣି ବୁଡିରହିଛି। ସମସ୍ତ ଚାଷ କାର୍ଯ୍ୟ ସରିଥିବା ବେଳେ ବନ୍ୟା ପାଣି କମୁନଥିବାରୁ ଧାନଚାଷ ନଷ୍ଟ ହେବାର ସମ୍ଭାବନା ରହିଛି।ତେବେ ଚାଷ ଜମିରୁ ବନ୍ୟାପାଣି କମିବା ପରେ କ୍ଷୟ କ୍ଷତି ଆକଳନ କରାଯିବ ବୋଲି ବ୍ଲକ କୃଷି ଅଧିକାରି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.