Home ଜିଲ୍ଲା ପରିକ୍ରମା ଧାମନଗର ବନବିଭାଗ ବିଭାଗ ପକ୍ଷରୁ ଚୋରା କାଠ ଜବତ

ଧାମନଗର ବନବିଭାଗ ବିଭାଗ ପକ୍ଷରୁ ଚୋରା କାଠ ଜବତ

9

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବନ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ବେଆଇନି ଚୋରା କାଠ ବେପାର ଚାଲି ଥିବା ବେଳେ ବେଆଇନି କରତ କଳ ଚାଲୁ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୈନିକ ଧାମନଗର କୁ ଚୋରା କାଠ ଆସୁଛି। ଆଜି ଧାମନଗର ବ୍ଲକ ମଙ୍ଗଳପୁର ଛକ ନିକଟରେ ଏକ ପିକପରେ ଅର୍ଜୁନ କାଠ ବୋଝେଇ କାଠ ଧାମନଗର ଅଂଚଳ କୁ ଆସୁଥିବା ବେଳେ ଧାମନଗର ବନ ବିଭାଗ ଅଧିକାରିଣୀ ସୁଷମା ସାହୁ ଙ୍କ ନିର୍ଦେଶ କ୍ରମେ ଫରେଷ୍ଟର ରାଜ କିଶୋର ନାୟକ ଓ ଅନ୍ୟ କର୍ମଚାରି ମାନେ ଘଟଣସ୍ଥଳରେ ପହଂଚି ଉକ୍ତ ଚୋରା କାଠ ସହ ପିକପ କୁ ଧାମନଗର ବନ ବିଭାଗ ଅଫିସ ଆଣିଥିଲେ । ସୂଚନା ଥାଉକି ଘଟଣା ସ୍ଥଳ ରୁ ଡ୍ରାଇଭର ଫେରାର ହୋଇ ଯାଇଥିବାବେଳେ । ଉକ୍ତ କାଠ ଗାଡି ଟି କାହାର ଜଣାପଡିନି । ତେବେ ଆରଟିଓ କୁ ସୂଚନା ଦେଲାପରେ ଉକ୍ତ ଗାଡି ର କାଗଜ ପତ୍ର ଦେଖି ସାରିବା ପରେ ଘଟଣା ର ଅଧିକ ତଦନ୍ତ କରା ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫରେଷ୍ଟର ଶ୍ରୀ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.