
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ସୋମବାର ଦିନ “ବ୍ୟାଙ୍କ୍ ଅଫ୍ ଇଣ୍ଡିଆ”ର ନୂତନ ଶାଖା ଉଦଘାଟିତ ହୋଇଛି। ବାରିପଦା ଜୋନ ଅଧୀନରେ ଯାଉଥିବା ଏହି ଶାଖା କୁ ଲଗାଇ ମୋଟ ୭୨ ତମ ଶାଖା ଭାବେ ସ୍ଥାପିତ ହୋଇଥିବା ଜଣାପଡ଼ିଛି, ଯାହା ଧାମନଗର ଓ ଆଖପାଖ ଅଂଚଳବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ସୁବିଧା ଆଣିଦେଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବାରିପଦା ଜୋନର ଆଂଚଳିକ ପ୍ରବନ୍ଧକ କମଲେଶ ରଞ୍ଜନ ଯୋଗଦେଇ ଶାଖା ଟି କୁ ଉଦଘାଟନ କରିଥିଲେ। ତାଙ୍କ ସହିତ ଶାଖା ପ୍ରବନ୍ଧକ ସରୋପ ଦାସ ମହାପାତ୍ର, ଆଂଚଳିକ କାର୍ଯ୍ୟାଳୟର କର୍ମଚାରୀ କିଶୋର ପଣ୍ଡା, ଚନ୍ଦ୍ରଶେଖର ଆଚାର୍ଯ୍ୟ, ସାତ୍ୟ କବିରାଜ ଓ ଶାଖା କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡୁଆ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସଦା ଗ୍ରାହକ-ମିତ୍ର ସେବା ପ୍ରଦାନ ସହିତ ପ୍ରାଥମିକତା ଦେଇଆସୁଛି। ନୂତନ ଶାଖା ମାଧ୍ୟମରେ ସାଧାରଣ ଲୋକଙ୍କୁ ସଂଚୟ ଖାତା, ଚାଲୁ ଖାତା, ଗୃହ ଋଣ, ଶିକ୍ଷା ଋଣ, କୃଷି ଋଣ, ମହିଳା ସ୍ୱାବଲମ୍ବନ ଯୋଜନା ସହିତ ସହଜ ସୁଧ ହାରରେ ବିଭିନ୍ନ ଋଣ ସୁବିଧା ଯୋଗାଇ ଦିଆଯିବ। ଶାଖା ପ୍ରବନ୍ଧକ ସରୋପ ଦାସ ମହାପାତ୍ର କହିଥିଲେ ଯେ ଏହି ଶାଖା ମାଧ୍ୟମରେ ଡିଜିଟାଲ ବ୍ୟାଙ୍କିଙ୍ଗ, ଏଟିଏମ୍, ଅନଲାଇନ୍ ଟ୍ରାଞ୍ଜାକ୍ସନ୍, ମୋବାଇଲ୍ ବ୍ୟାଙ୍କିଙ୍ଗ ଭଳି ଆଧୁନିକ ସୁବିଧା ଗ୍ରାହକଙ୍କୁ ମିଳିବ।ଏହି ନୂତନ ଶାଖା ଖୋଲିବା ଫଳରେ ଧାମନଗର ଅଞ୍ଚଳର ବ୍ୟବସାୟ, କୃଷି ଓ ଆର୍ôଥକ ଉନ୍ନତିରେ ଗତି ଆସିବ ବୋଲି ଉପସ୍ଥିତ ଲୋକେ ଆଶା ପ୍ରକାଶ କରିଛନ୍ତି।







