Home ଜିଲ୍ଲା ପରିକ୍ରମା ଧାମନଗର ବଜାରରେ ଜବରଦଖଲ ହଟେଇବାକୁ ତହସିଲ ପକ୍ଷରୁ ତତ୍ପର, ୯୦ ବର୍ଷର ଜବରଦଖଲ ୯୦ ମିନିଟ୍‌ରେ...

ଧାମନଗର ବଜାରରେ ଜବରଦଖଲ ହଟେଇବାକୁ ତହସିଲ ପକ୍ଷରୁ ତତ୍ପର, ୯୦ ବର୍ଷର ଜବରଦଖଲ ୯୦ ମିନିଟ୍‌ରେ ଭଙ୍ଗାଗଲା

15

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର-ଷେଣ୍ଢପୁର ଭାୟା ଦୋବଲ ଓ ଧାମନଗର-ଫଳପୁର ରାସ୍ତା ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ ଆରମ୍ଭ ହୋଇଛି । ଖୁବଶୀଘ୍ର ଉକ୍ତ ରାସ୍ତାର ନବକଳେବର ହେବାକୁ ଯାଉଛି । ଅପରପକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଯେତେ ସରକାରୀ ଜବରଦଖଲ ରାସ୍ତାକୁ ସରକାର ନିଜ ଅକ୍ତିଆରକୁ ନେଇ ବିଭିନ୍ନ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଧାମନଗର ତହସିଲଦାର ପୁରା ଆକ୍ସନ ମୁଡରେ । ରାସ୍ତାରୁ ଜବରଦଖଲ ହଟାଇବା ଲାଗି ଧାମନଗର ତହସିଲ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ଆଜି ଧାମନଗର ଫଳପୁର ରାସ୍ତାର ପ୍ରବେଶ ପଥ ଧାମନଗର ବଜାର ମଝିରେ ଥିବା ହାଟ ଛକ ଉପରେ ମାପ କରାଯାଇଛି, ତାହାକୁ ଚିହ୍ନଟ କରାଯାଇଥିଲା । ଆଜି ସକାଳୁ ତହସିଲଦାର ଦୀପକ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିଲାଗି ପୁଲିସ୍ କର୍ମଚାରୀ ମୁତୟନ ସହ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ସୂଚନା ଥାଉକି ୩୩୩ ନଂ ଉପରେ ଥିବା ଏକ ଚାଳଘରକୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରିଥିଲେ । ପ୍ରକାଶ ଥାଉକି ଧାମନଗର-ଫଳପୁର ପୂର୍ତ ବିଭାଗ ରାସ୍ତାର ପ୍ରବେଶ ପଥ ତଥା ହାଟ ଛକ ଉପରେ ୩୩୩, ୩୩୪ ଓ ୩୩୫ ପ୍ଲଟ୍ ନଂ ଉପରେ କିଛି ବ୍ୟକ୍ତି ଦୀର୍ଘଦିନ ହେବ ଜବରଦଖଲ କରି ଦୋକାନ ଗୃହ କରି ଆସୁଥିଲେ । ଯାହାଫଳରେ ରାସ୍ତାରେ ଯିବାଆସିବା କରୁଥିବା ଗାଡିଘୋଡା ପାଇଁ ଟ୍ରାଫିକ୍ ଜାମ ଲାଗି ରହିଥିଲା । ଏଣୁ ଲୋକମାନେ ହଇରାଣ ହେଉଥିଲେ । ଏନେଇ ବିଭିନ୍ନ ସମୟରେ ଉଚ୍ଛେଦ ପାଇଁ ଦାବି ହେଉଥିଲା । ପ୍ରଶାସନ ତରଫରୁ ପୂର୍ବରୁ ବିଭିନ୍ନ ସମୟରେ ମାପଚୁପ କରି ଫେଲ ମାରୁଥିଲେ । ତେବେ ନୂଆ ସରକାରଙ୍କ ନିର୍ଦ୍ଦେଶ ମତେ ଉଚ୍ଛେଦ ପ୍ରକ୍ରିୟା ପାଇଁ ପ୍ରାରମ୍ଭିକ ଭାବେ ରାସ୍ତାରୁ ଜବରଦକଲ ହଟାଇବା ଲାଗି ଧାମନଗର ତହସିଲ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ୩୩୩ ନଂ ପ୍ଲଟ୍ ଭାଙ୍ଗିଥିବାବେଳେ ଅନ୍ୟ ପ୍ଲଟ୍‌କୁ କିଛି ବ୍ୟକ୍ତି ନିଜ ନାମରେ ପଟା କରିନେଇଥିବା ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ସଂପୂର୍ଣ୍ଣ କରିନପାରି ଫେରିଯାଇଥିଲେ । ତେବେ ଦୀର୍ଘ ୯୦ ବର୍ଷ ଧରି ସେଠାରେ ଜବରଦଖଲ ଥିବାବେଳେ ମାତ୍ର ୯୦ ମିନିଟ୍‌ରେ ଉକ୍ତ ଜବରଦଖଲ ସ୍ଥାନ ଭଂଗାଯାଇଥିବାରୁ ସାଧାରଣରେ ପ୍ରଶାସନକୁ ସାଧାରଣ ଲୋକମାନେ ଧନ୍ୟବାଦ ଜଣାଇଛନ୍ତି । ତେବେ ଧାମନଗର ଫଳପୁର ଓ ଧାମନଗର ଦକ୍ଷିଣବାଡ ରାସ୍ତାର ଉଭୟ ପାଶ୍ୱର୍ର ଅନେକ ସ୍ଥାନରେ ଜବରଦଖଲ କରାଯାଇଥିବାରୁ ଜନ ସାଧାରଣ ଏବଂ ଯାନବାହନ ଯାତାୟତରେ ଅନେକ ସମସ୍ୟା ଉପୁଜିଛି । ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ତେବେ ଖୁବଶୀଘ୍ର ଧାମନଗରରେ ଜବରଦଖଲ ଚିହ୍ନଟ କରାଯାଇ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଦୀପକ ଦାସ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ତେବେ ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଧାମନଗର ତହସିଲଦାର ଦୀପକ ଦାସ, ଏସଡିପିଓ ତ୍ରିଲୋଚନ ସେଠୀ, ଥାନା ଅଧିକାରୀ ଫନି ଭୂଷଣ ନାୟକ, ଏସଆଇ ରାଜେଶ ସେଠୀ, ବିଦ୍ୟୁତ୍ ବିଭାଗର ଏସ୍‌ଡିଓ, ଜେଇ ଉପସ୍ଥିତ ଥିବାବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.