Home ଜିଲ୍ଲା ପରିକ୍ରମା ଧାମନଗର-ଫଳପୁର ପ୍ରଧାନମନ୍ତ୍ରୀ ସଡ଼କ ଏବେ ବିପର୍ଯ୍ୟସ୍ତ

ଧାମନଗର-ଫଳପୁର ପ୍ରଧାନମନ୍ତ୍ରୀ ସଡ଼କ ଏବେ ବିପର୍ଯ୍ୟସ୍ତ

35

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର – ଫଳପୁର ପ୍ରଧାନମନ୍ତ୍ରୀ ସଡକ ୨୦୦୬ ମସିହାରୁ ଆରମ୍ଭ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିଲା ନାହିଁ। ମାତ୍ର ପ୍ରତିବର୍ଷ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ମାତ୍ର କୌଣସି ଫଳପ୍ରଦ ହୋଇପାରୁନାହିଁ। ଉକ୍ତ ରାସ୍ତା ଉପରେ ୧୦ ଟି ପଂଚାୟତ ର ପ୍ରାୟ ୨୦ ହଜାର ଜନସାଧାରଣ ନିର୍ଭର କରନ୍ତି ।ଉକ୍ତ ରାସ୍ତା ଦେଇ ଦୈନିକ ସ୍କୁଲ କଲେଜ କୁ ଛାତ୍ର ଛାତ୍ରୀ ମାନେ ଯାଇ ଥାଆନ୍ତି ମାତ୍ର ଉକ୍ତ ରାସ୍ତା ବିଭିନ୍ନ ସ୍ଥାନରେ ବଡବଡ ଗର୍ତ ସୃଷ୍ଟି ହୋଇ ଥିବାରୁ ଯାତାୟାତ ରେ ଲୋକ ମାନେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ରାସ୍ତା ମଝିରେ ଗାତ ସୃଷ୍ଟି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ରହିବା ଘଟଣା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ର ରାମେଶ୍ୱରପୁର ଛକ , ବିରୁହା ,ଜାହାଙ୍ଗୀର, ପାଟୁଳୀ ଆଦି ସ୍ଥାନରେ ବଡ ବଡ ଗାତ ସୃଷ୍ଟି ହେବାସହ ରାସ୍ତା ନଷ୍ଟ ହୋଇ ଯାଇଛି ସାମାନ୍ୟ ବର୍ଷାରେ ରାସ୍ତା ରେ ମଧ୍ୟ ପାଣି ଜମି ରହୁଛି ଛୋଟ ଛୋଟ ଗାଡି ସେଠାରେ ପଡିଯାଉଛି ଫଳରେ ଲୋକ ମାନେ ଖଣ୍ଡିଆ ଖାବରା ହେଉଛନ୍ତି। ଦୀର୍ଘବର୍ଷ ଧରି ରାସ୍ତା କାମ ସରୁ ନଥିବାରୁ ଲୋକମାନେ ବିଭିନ୍ନ ସମସ୍ୟା ରେ ହଇରାଣ ହେଉଛନ୍ତି। ନେତା ମନ୍ତ୍ରୀ ବଦଳୁଛନ୍ତି , ସରକାର ବଦଳୁଛନ୍ତି ମାତ୍ର ଉକ୍ତ ରାସ୍ତା ର ଭାଗ୍ୟ ବଦଳୁ ନାହିଁ।ଶୁଣିବାକୁ ମିଳୁଚି ଉକ୍ତ ରାସ୍ତା ଟି ଗ୍ରାମ ଉନ୍ନୟନ ବିଭାଗ ରେ ଥିବା ବେଳେ ତାହା ଏବେ ପୂର୍ତ ବିଭାଗ କୁ ହସ୍ତାନ୍ତର ହୋଇ ଥିବାରୁ ପୂର୍ତ ବିଭାଗ ଉକ୍ତ ରାସ୍ତା ମରାମତି କରିବ ବୋଲି ଶୁଣିବାକୁ ମିଳୁଚି । ହେଲେ ସେଭଳି କୌଣସି ନିର୍ଦେଶ ମିଳିନାହିଁ ବୋଲି ପୂର୍ତ ବିଭାଗ ର କନିଷ୍ଟ ଯନ୍ତ୍ରୀ ପ୍ରକାଶ ମିଶ୍ର କହିଛନ୍ତି।ଏପଟେ ରାସ୍ତା ଟି କେଉଁ ବିଭାଗ ରେ କିଏ ସେ କାମ କରିବ ତାହାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବର୍ଷା ଦିନ ପୂର୍ବ ରୁ ଉକ୍ତ ରାସ୍ତା ମରାମତି କରାନଗଲେ ରାସ୍ତା ରୋକ ସହ ଆଇନି କୁ ହାତ କୁ ନେଲାଭଳୀ କାର୍ଯ୍ୟ ଗ୍ରହଣ କରାଯିବ ବୋଲି ବରିଷ୍ଟ କଂଗ୍ରେସ ନେତା ଅଭିଷେକ ରାଉତ, ରମେଶ ବେହେରା, ପ୍ରଭାତ ପଣ୍ଡା, ଦିଲୀପ ଜେନା, ରଞ୍ଜୀତି ଜେନା,ବିରଜା ପ୍ରସନ୍ନ ରାଉତ,ବିକାଶ ସାହୁ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.