Home ଜିଲ୍ଲା ପରିକ୍ରମା ଧାମନଗର ପୋଲିସ ଦ୍ୱାରା କୋଇଲି ଗାଡି ଜବତ, ଡ୍ରାଇଭର ଗିରଫ

ଧାମନଗର ପୋଲିସ ଦ୍ୱାରା କୋଇଲି ଗାଡି ଜବତ, ଡ୍ରାଇଭର ଗିରଫ

15

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଏବେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟ ସହ ଚୋରୀ ଓ ଧର୍ଷଣ ବଢିବାରେ ଲାଗିଛି।ବିଶେଷ କରି ଚୋର ମାନେ ଏବେ ଧାମନଗର କୁ ନିଜକୁ ସୁରକ୍ଷିତ ଭାବି ଏହି ଚୋରା କାରବାର ରେ ଲିପ୍ତ ରହୁଛନ୍ତି। ବିଭିନ୍ନ ସମୟରେ ବଡବଡ ଟ୍ରକ, କାର କୁ ଆଣି କବାଡିଆ ଦୋକାନୀ ମାନେ ବିକି ଲାଲେଲାଲ ହେଉଥିବା ବେଳେ ଏବେ ଚୋରା କୋଇଲା ବେପାର ବଡି ଚାଲିଚି। ଧାମରା ଅଂଚଳ ରୁ ଚୋରା କୋଇଲା ଚାଲାଣ ଧାମନଗର କୁ ଆସୁଥିବା ବେଳେ ନିକଟରେ ଧାମନଗର ପୋଲିସ ଜବତ କରିଥିବା ବେଳେ ଗୁରୁବାର ବିଳମ୍ୱିତ ରାତିରେ ଧାମନଗର ପୋଲିସ ଆଉ ଗୋଟିଏ ଚୋରା କୋଇଲା ଗାଡି ଧରିବାରେ ସଫଳ ହୋଇଚି । ସୁଚନା ଥାଉକି ୧୬ ନମ୍ବର ଜାତୀୟ ରାଜପଥ ଧାମନଗର ଛକ ନିକଟରୁ ଗୁରୁବାର ରାତି ରେ ପୋଲିସ ପେଟ୍ରୋଲିଂ ବେଳେ ଧାମନଗର ପୁଲିସି ଏକ ୧୬ ଚକିଆ ଟ୍ରକରେ ପାଖାପାଖି ୨୫ ଟନ୍ ରୁ ଉର୍ଦ୍ଧ କୋଇଲି ଥିବା ଅନୁମାନିକ ଜବତ କରାଯାଇଥିଲା ବେଳେ ଯାହା ରମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ. ଜବତ ଗାଡିଟି ନମ୍ବର ଓଡି-୩୫ଡି-୪୫୧୯ ହୋଇଥିଲା ବେଳେ ଧାମନଗର ପୁଲିସ ଗାଡି କୁ ଜବତ କରି ଥାନାକୁ ଆଣିଛନ୍ତି। ତେବେ କୋଇଲା ଟ୍ରକ ଟି ଭଦ୍ରକ ଆଡୁ କଟକ ଅଭିମୁଖେ ଯାଉଥିବାବେଳେ ପୋଲିସ ପେଟ୍ରୋଲିଂ ରେ ଧାମନଗର ଥାନା ର ଏସ ଆଇ ରାଜେଶ ସେଠୀ ଉକ୍ତ ଟ୍ରକ କୁ ଅଟକାଇ କାଗଜପତ୍ର ଦେଖି ଥିଲେ। ଏବଂ ଅଧିକ ତଦନ୍ତ ପାଇଁ ଡ୍ରାଇଭର ସହ ଟ୍ରକ କୁ ଥାନା କୁ ନିଆଯାଇଥିଲା। ତଦନ୍ତ କାରି ଅଧିକାରୀ ଶ୍ରୀ ସେଠୀ ଡ୍ରାଇଭର ରଞ୍ଜନ ବେହେରା କୁ ଗିରଫ କରିବା ଶହ କେସ ନମ୍ବର ୧୪୪/୨୪ ରେ ଏକ ମାମଲା ରୁଜୁ କରିଛନ୍ତି।ତେବେ ଟ୍ରକ ରେ କେତେ କୋଇଲା ଅଛି ଓ ତାହାର ପ୍ରକୃତ ମୂଲ୍ୟ ଓଜନ ପରେ ଜଣାଯିବ ବୋଲି ପୋଲିସ କହିଛନ୍ତି ।ତେବେ ଧାମନଗର ଅଂଚଳ ରେ ଯେଉ ଚୋରୀ ହେଉଚି ବୋଲି ଅଭିଯୋଗ ଆସୁଛି ତାହାକୁ ଶ୍ରୀ ସେଠୀ ଖଣ୍ଡନ କରିଛନ୍ତି ।ବିଭିନ୍ନ ସ୍ଥାନ ରେ ସି ସି କ୍ୟାମେରା ଲଗାଯାଇ ଚୋର ଙ୍କ ଗତିବିଧି କୁ ଲକ୍ଷ କରାଯାଉଛି ବୋଲି ସେ କହିଛନ୍ତି ।ତେବେ ଧାମନଗର ଅଂଚଳ ର ବିଭିନ୍ନ ଛକ ବଜାର ରେ ରାତ୍ରି କାଳୀନ ପୋଲିସ ବ୍ୱେସ୍ଥା କରାଗଲେ ଚୋରି ବୃଦ୍ଧି ହୁଅନ୍ତା ନାହିଁ ବୋଲି ବିଭିନ୍ନ ମହଲ ରୁ ଦାବି ହୋଇଚି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.