Home ଜିଲ୍ଲା ପରିକ୍ରମା ଧାମନଗର ପିଏମଶ୍ରୀ ହାଇସ୍କୁଲର ବାର୍ଷିକୋତ୍ସବ

ଧାମନଗର ପିଏମଶ୍ରୀ ହାଇସ୍କୁଲର ବାର୍ଷିକୋତ୍ସବ

22

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ପିଏମଶ୍ରୀ ହାଇସ୍କୁଲର ବାର୍ଷିକୋତ୍ସବ ଗୁରୁବାର ସଂଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ମୁଖ୍ୟ ଅତିଥି ରୂପେ ଉତ୍ସବକୁ ଉଦଘାଟନ କରି ଆଜିର ଛାତ୍ର ଛାତ୍ରୀ ଆଗାମୀ ଦିନର ଦେଶ ର ଭବିଶ୍ୱତ । ତେବେ ଛାତ୍ର ଛାତ୍ରୀ ଙ୍କୁ ନୂତନ ଧରଣ ର ଶିକ୍ଷାନୀତି ରେ ସାମିଲ କରା ଯାଇ ଉତମ ଶିକ୍ଷା ଯୋଗାଇ ଦିଆଯାଉଛି। ପିଏମଶ୍ରୀ ସ୍କୁଲ ଯୋଜନା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ସୃଜନଶୀଳତା ଏବଂ ଜୀବନ ନିର୍ମାଣରେ ସହାୟକ ହେବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ରାଉତ ସଭାପତିତ୍ୱରେ ଆୟୋଜିତ ସଭାରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ ରାୟ। ଧାମନଗର ବିଡିଓ ବନ ବିହାରୀ ଦିଣ୍ଡା,ବ୍ଲକ ଶିକ୍ଷାଧିକାରୀ ଡ଼ ପ୍ରଫୁଲ୍ଲ କୁମାର ସାହୁ,ଧାମନଗର ଏ ନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ସାଂସଦ ପ୍ରତିନିଧି ସରୋଜ ମହାପାତ୍ର,ପରିଚାଳନା କମିଟି ସଭାପତି ପ୍ରହ୍ଲାଦ ମହାପାତ୍ର, ଆଲ ମୁ ନି ସଭାପତି ମହେଶ୍ୱର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଏବଂ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।ଶିକ୍ଷକ ସମୀର ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.