Home ଜିଲ୍ଲା ପରିକ୍ରମା ଧାମନଗର ପାଇଁ ଗୌରବ ଆଣିଲେ ବିଶ୍ୱରୂପା, ରଜକୁଇନ ପ୍ରତିଯୋଗିତାରେ ରନର୍ସଅପ

ଧାମନଗର ପାଇଁ ଗୌରବ ଆଣିଲେ ବିଶ୍ୱରୂପା, ରଜକୁଇନ ପ୍ରତିଯୋଗିତାରେ ରନର୍ସଅପ

28

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମାଟିର ଝିଅ ସୁଶ୍ରୀ ବିଶ୍ୱରୂପା ନାୟକ ରିଅଲିଟି ସୋ ରଜ କୁଇନ ରେ ରନର୍ସ ଅପ ହୋଇ ଗୌରବ ଆଣିଛନ୍ତି।ଭୁବନେଶ୍ୱରରେ ଇଂଜିନିୟରିଂ ଶିକ୍ଷା ଗ୍ରହଣ କରୁଥିବା ବିଶ୍ୱରୂପା ସାର୍ଥକ ଟିଭିର ଲୋକପ୍ରିୟ ରିଅଲିଟି ସୋ ‘ରଜ କୁଇନ”ରେ ଭାଗ ନେଇ ନିଜର ବହୁବିଧ ପ୍ରତିଭା ବଳରେ ପ୍ରାଥମିକ ପର୍ଯ୍ୟାୟ ରୁ ଚୂଡାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ବିବିଧ କଳା କୌଶଳ ନୃତ୍ୟ,ଗୀତ,ଅଭିନୟ,ସାଧାରଣ ଜ୍ଞାନ,ଓଡ଼ିଶାର ପାରମ୍ପରିକ ପରମ୍ପରା ଓ ଚଳଣି ଆଦିକୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ ସହ ଗ୍ରାଣ୍ଡ ଫିନାଲେ କୁ ଯାଇଥିଲେ।ଏଥିରେ ସେ ଦ୍ୱିତୀୟ ଶ୍ରେଷ୍ଠ ପ୍ରତିଯୋଗୀ ବିବେଚିତ ହୋଇ ନଗଦ ୫୦ ହଜାର ଟଙ୍କା ଏବଂ ସୁନା ରୁପା ଅଳଙ୍କାର ଆଦି ପୁରସ୍କାର ପାଇଛନ୍ତି।ବିଶ୍ୱରୂପା ଏଭଳି କୃତିତ୍ୱ ପାଇଁ ନିଜ ମଧ୍ୟରେ ଥିବା ଆତ୍ମବିଶ୍ୱାସ,ପ୍ରତିଭା ଏବଂ ପରିବାରର ପ୍ରେରଣାକୁ ଶ୍ରେୟ ଦେଇଛନ୍ତି ଏବଂ ଜଣେ ସଫଳ ମହିଳା ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।ସୁଶ୍ରୀ ବିଶ୍ୱରୂପାଙ୍କ ଘର ହେଉଛି ଧାମନଗର ବ୍ଲକ ରଇପୁର ପଂଚାୟତର କାଠମୁଣ୍ଡା ଗ୍ରାମରେ।ସେ ହେଉଛନ୍ତି ପ୍ରାକ୍ତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ନାୟକ ଓ ସୁବାସିନୀ ରାଉତଙ୍କ ଝିଅ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.