ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଗୁରୁବାର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ନବମ ବୈଠକରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏହି ଆହ୍ୱାନ ଦେଇଛନ୍ତି। ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲିକ ହସନାବାଦ ଓ ସଇଲୋ ଅଂଚଳରେ ନଦୀବନ୍ଧ ର ଦୁର୍ବଳ ଅବସ୍ଥା ନେଇ ଉଦବେଗ ପ୍ରକାଶ କରିଥିଲେ। ବନ୍ୟା ସମୟରେ ଏହି ଦୁର୍ବଳ ବନ୍ଧ ଯୋଗୁଁ ଲୋକେ ବିପଦରେ ରହୁଥିବାରୁ, ଏହାର ସ୍ଥାୟୀ ନିରାକରଣ ପାଇଁ ଏକ ବିଶେଷଜ୍ଞ ଟିମ ପଠାଇ ଅନୁଧ୍ୟାନ କରିବାକୁ ସେ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ସେହିପରି ସରପଂଚ ସୀତାକାନ୍ତ ମିଶ୍ର ଧାନ ମଣ୍ଡିରେ ଚାଷୀଙ୍କ ସମସ୍ୟା ଉଠାଇଥିଲେ। ମଣ୍ଡିରେ ଧାନ ପଡ଼ି ରହୁଥିବା ବେଳେ ଚାଷୀମାନେ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଅଭିଯୋଗ କରିଥିଲେ। ବ୍ଲକର ୧୪୦ଟି ନଳକୂପ ବସାଇବା ପାଇଁ ପୂର୍ବରୁ ନିଷ୍ପତି ହୋଇଥିଲେ ସୁଦ୍ଧା, ତାହା କାର୍ଯ୍ୟକାରୀ ହୋଇଛି କି ନାହିଁ ସେ ନେଇ ଜିଲ୍ଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ ପ୍ରଶ୍ନ କରିଥିଲେ। ତେବେ ସମ୍ପୃକ୍ତ ବିଭାଗୀୟ ଜେଇ ଏହାର କୌଣସି ସନ୍ତୋଷଜନକ ଉତର ଦେଇପାରି ନଥିବାରୁ ବୈଠକରେ କିଛି ସମୟ ଅସନ୍ତୋଷ ଦେଖାଦେଇଥିଲା।
ବୈଠକ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ବେଳେ ସମିତି ସଭ୍ୟ ଭାରତ ବିଜୟ ଦଳାଇ ମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ବକ୍ତବ୍ୟ ରଖିବାକୁ ଚେଷ୍ଟା କରିଥିଲେ। ମାତ୍ର ବିରୋଧୀ ଦଳର ସଭ୍ୟମାନେ ତାଙ୍କୁ ସୁଯୋଗ ନଦେବାରୁ କିଛି ସମୟ ପାଇଁ ପରିସ୍ଥିତି ମୃଦୁ ଉତେଜନା ଦେଖା ଦେଇ ଥିଲା। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହେବା ଫଳରେ ବୈଠକରେ କିଛି ସମୟ ପାଇଁ ବ୍ୟାଘାତ ସୃଷ୍ଟି ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ: ବନବିହାରୀ ଦିନ୍ଦା, ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ସାଂସଦ ପ୍ରତିନିଧି, ମନୋଜ କୁମାର ମଲ୍ଲିକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା: ଟୁନି ବାଳା ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟା ଉର୍ମିଳା ବିଶ୍ୱାଳ,ଉପସ୍ଥିତ ଥିଲେ, ଏହି ବୈଠକ ରେ ପାନୀୟ ଜଳ ଓ ଖାଦ୍ୟ ଯୋଗାଣ ଭଳି ମୌଳିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା।
Home ଜିଲ୍ଲା ପରିକ୍ରମା ଧାମନଗର ପଂଚାୟତ ସମିତିର ୯ମ ବୈଠକ,ବ୍ଲକର ବିକାଶ ପାଇଁ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା, ନଦୀବନ୍ଧ ସୁରକ୍ଷା...








