ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ର ସରକାର ୯ ମାସ ମଧ୍ୟ ରେ ବ୍ୟାପକ ଦୁର୍ନୀତି କରିଛି।ନାରୀ ନିର୍ଯାତନା ସହିତ ଛାତ୍ରୀ ଙ୍କୁ ଗର୍ବ ବତି କରିବାରେ ମାହିରି । ଏଣୁ ଏ ସରକାର ଙ୍କ ବିରୋଧ ରେ କଂଗ୍ରେସ ବିରୋଧ ଆରମ୍ଭ କରିଛି। ରାଜ୍ୟ କଂଗ୍ରେସ କମିଟି ନିଷ୍ପତି କ୍ରମେ ଚଳିତ ମାସ ୧୫ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ମଶାଲ ଯାତ୍ରା କରାଯାଇ ଲୋକଙ୍କୁ ସଚେତନ କରାଯିବ। ଏ ନେଇ ଧାମନଗର କଂଗ୍ରେସ ପକ୍ଷରୁ ରବିବାର ସନ୍ଧ୍ୟା ରେ ଧାମନଗର ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରମେଶ ବେହେରାଙ୍କ ସଭାପତିତ୍ୱ ରେ ଜିଲ କଂଗ୍ରେସ ପ୍ରଭାରୀ ଅଜିତ ଜେନା,ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ରଞ୍ଜନ ବେହେରା,ବାବା ହରେକୃଷ୍ଣ ସେଠୀ, ହୃଦାନନ୍ଦ ସେଠୀ,ବିଦ୍ୟାଧର ଜେନା,କଂଗ୍ରେସ ନେତା ନରେନ୍ଦ୍ର ମଲିକ, ଅଭିଷେକ ରାଉତ,ପ୍ରଦୀପ ଦାସ,ପ୍ରସନ୍ନ ଧଳ, ସଂଜୟ ମିଶ୍ର, ପ୍ରମୋଦ ସ୍ୱାଇଁ,ଆଲୋକ ସ୍ୱାଇଁ ,ମାନସ ମହାପାତ୍ର ପ୍ରମୁଖ ଯୋଗ ଦେଇ କିପରି ୧୫ ତାରିଖ କାର୍ଯ୍ୟକ୍ରମ କୁ ସଫଳ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।ପରେ କଂଗ୍ରେସ ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ତେବେ ଧାମନଗର କଂଗ୍ରେସ ପୂର୍ବରୁ ଯେପରି ଭାବେ ଗୋଷ୍ଟି ବିବାଦଥିଲା ତେବେ ରବିବାର ସମସ୍ତ କଂଗ୍ରେସ କର୍ମୀ ଓ ନେତା ମାନେ ଉପସ୍ଥିତ ହୋଇ ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।