Home ଜିଲ୍ଲା ପରିକ୍ରମା ଧାମନଗର : ନିଖୋଜ ନାବାଳିକା ଏକ ମାସ ପରେ ଉଦ୍ଧାର

ଧାମନଗର : ନିଖୋଜ ନାବାଳିକା ଏକ ମାସ ପରେ ଉଦ୍ଧାର

32
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଭଗବାନପୁର ପଂଚାୟତ ର ଗୁଆପୋଖରି ଗ୍ରାମର ଜୈନିକ ନାବାଳିକା ଛାତ୍ରୀ ଦୀର୍ଘ ଏକ ମାସ ହେଲା ନିଖୋଜ ଅପହୃତା ନାବାଳିକା କୁ ଧାମନଗର ପୋଲିସ ଧରିବାରେ ସଫଳ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରୁ ରବିବାର ଧାମନଗର ପୋଲିସ ପକ୍ଷରୁ ଚଡ଼ାଉ କରାଯାଇ ଅଭିଯୁକ୍ତ ଯୁବକ ସହ ନାବାଳିକା ଛାତ୍ରୀ ଙ୍କୁ ଉଦ୍ଧାର କରାଯାଇ ସୋମବାର ଧାମନଗର ଥାନାକୁ ଆଣାଯାଇଛି ।ପ୍ରକାଶ ଥାଉକି ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ଅଂଚଳର ଜଣେ ନାବାଳିକା ଛାତ୍ରୀ ଗତ ଅଗଷ୍ଟ ୧୩ ତାରିଖ ଦିନ ବାରିକପୁର ନୟନମଣି କଲେଜ ଯାଇ ଆଉ ଘରକୁ ଫେରି ନଥିଲା ।ପରିବାର ପକ୍ଷରୁ ଖୋଜାଖୋଜି ପରେ ଝିଅ ନିଖୋଜ ଥିବା ନେଇ ଧାମନଗର ଥାନାରେ ଏତଲା ଦେଇଥିଲେ ।ପୋଲିସ ଉକ୍ତ ଅଭିଯୋଗକୁ ଭିତି କରି ଥାନା କ୍‌ଯାସ ନଂ ୨୯୫/୨୫ ,ଦଫା ୧୩୭(୨),୩(୫)ବିଏନଏସ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।ତଦନ୍ତରେ ସିଥିଳତା ନେଇ ପରିବାର ପକ୍ଷରୁ ଭଦ୍ରକ ଏସ.ପି ମନୋଜ କୁମାର ରାଉତଙ୍କୁ ଭେଟି ଅଭିଯୋଗ କରିଥିଲେ ।ଏସ.ପି ଶ୍ରୀ ରାଉତ ଖୁବଶିଘ୍ର ନାବାଳିକାକୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଧାମନଗର ପୋଲିସକୁ ଅଭିଯୁକ୍ତ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଧାମନଗର ର ଏସ ଆଇ ରଶ୍ମିତା ମଲିକ ଓ ଅନ୍ୟ ଷ୍ଟାପଙ୍କ ସହକୌଣସି ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରୁ ଗତ ରବିବାର ଦିନ ଅଭିଯୁକ୍ତସହ ନାବାଳିକାକୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସୁଚନା ଥାଉକି ଅଭିଯୁକ୍ତ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ରତଳା ଗ୍ରାମର ବିଶ୍ୱଜିତ ଦାସ, ପିତା ଚନ୍ଦ୍ରକାନ୍ତ ବୋଲି ଜଣାପଡ଼ିଛି । ଉଭୟଙ୍କ ର ରଙ୍ଗ ନମ୍ୱର୍ ରୁ ପ୍ରେମ ହୋଇଥିଲା ପରେ ଉଭୟ ଫେରାର ହୋଇ ଯାଇଥିଲେ । ତେବେ ନାବାଳିକା ଛାତ୍ରୀ ଫେରାର ସମୟରେ ସିନ୍ଦୁର ଓ ଶଙ୍ଖା ପିନ୍ଧି ଥିବାର ଦେଖିବାକୁ ମିଳିଥିଲା । ତେବେ ଉଭୟ କୁ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରି ରଞ୍ଜନ ସେଠୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.