Home ଜିଲ୍ଲା ପରିକ୍ରମା ଧାମନଗର- ନାମାଙ୍କନର ଚତୁର୍ଥ ଦିନରେ ୪୨୭ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ଧାମନଗର- ନାମାଙ୍କନର ଚତୁର୍ଥ ଦିନରେ ୪୨୭ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

25

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରାର୍ଥୀପତ୍ରର ଚତୁର୍ଥ ଦିନରେ ଆଜି ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟରେ ମୋଟ ୪୨୭ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ସେମାନଙ୍କ ନାମାଙ୍କନ ପତ୍ର ବ୍ଲକ ନିର୍ବାଚନ ଅଧିକାରୀ ଦୁର୍ଗାଚରଣ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି। ସରକାରଙ୍କ କରୋନା କଟକଣା ନିୟମ ଅନୁଯାୟୀ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଚତୁର୍ଥ ଦିନରେ ୱାଡ଼ମେମ୍ବର ୨୯୩, ସରପଂଚ ୫୯ ଓ ସମିତିସଭ୍ୟ ୬୫ଜଣ ସେମାନଙ୍କ ପ୍ରର୍ଥୀପତ୍ର ଦାଖଲ କରିଥିଲେ। ସୂଚନାଥାଉକି ୱାର୍ଡ଼ମେମ୍ବର, ସରପଂଚ ପ୍ରାର୍ଥୀମାନେ ନିଜ ପଂଚାୟତ କାର୍ଯ୍ୟାଳୟରେ ଓ ସମିତିସଭ୍ୟ ପଦପାଇଁ ପଂଚାୟତ ସମିତି କାର୍ଯ୍ୟାଳୟରେ ପାର୍ଥୀପତ୍ର ଦାଖଲ କରିଥିଲେ ଏବଂ ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ୍‌ରେ ବିଭିନ୍ନ ଦଳରୁ ୧୦ଜଣ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.