Home ଜିଲ୍ଲା ପରିକ୍ରମା ଧାମନଗର – ଦୋବଲ ରାସ୍ତାର ମୁସ୍ତଫାପୁର ଡ୍ରେନ ନିର୍ମାଣ ନିମ୍ନମାନର, ଏବେ ରାସ୍ତା ନିର୍ମାଣ ବେଳେ...

ଧାମନଗର – ଦୋବଲ ରାସ୍ତାର ମୁସ୍ତଫାପୁର ଡ୍ରେନ ନିର୍ମାଣ ନିମ୍ନମାନର, ଏବେ ରାସ୍ତା ନିର୍ମାଣ ବେଳେ କାମ ବନ୍ଦ କଲେ ଗ୍ରାମବାସୀ

6

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ସେଣ୍ଡପୁର ଭାୟା ଦୋବଲ ରାସ୍ତା ଟି ଦୁଇ ବର୍ଷ ହେବ କାମ ଆରମ୍ବ ହୋଇଥିଲେ ମଧ୍ୟ ଏ ଯାଏ କାମ ସରୁନି। ପୂର୍ତ ଓ ଗୃହ ନିର୍ମାଣ ବିଭାଗ ତରଫରୁ ୯ କୋଟି ଟଙ୍କା ମଞ୍ଜୁରୀ ହୋଇ କାମ ଆରମ୍ଭ ହୋଇଛି। ହେଲେ ଠିକାଦାର ଓ ଯନ୍ତ୍ରୀ ଙ୍କ ମନମୁଖୀ ଯୋଗୁଁ କାର୍ଯ୍ୟ ବିଳମ୍ୱ ହେଉଛି। ଦୋବଲ ବସଷ୍ଟାଣ୍ଡ ବଜାର ଓ କାଳୀ ପଡ଼ିଆ ଘୋସରା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା କଂକ୍ରିଟ ଡ୍ରେନ ର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିଛି। କାମଟି ଅତ୍ୟନ୍ତ ନିମ୍ନମାନର ହୋଇଛି। ଡ୍ରେନୱାଲ ରେ ରଡ ବାଇଣ୍ଡି ଠିକ କରାଯାଇନାହିଁ। କଂକ୍ରିଟ ର ଅନୁପାତ ମଧ୍ୟ କମ୍ ରହୁଛି। କାଳୀବଜାର ରୁ ଦୋବଲ ବଜାର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ସହ ଡ୍ରେନ ନିର୍ମାଣ ଲାଗି ପୂର୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ ହୋଇଥିଲା। ବହୁ ବାଦ ବିବାଦ ପରେ ଠିକାଦାର ପ୍ରଥମେ ଡ୍ରେନ ନିର୍ମାଣ କରିଥିଲେ। ଡ୍ରେନ ର ଦୁଇ ପାଖର ୱାଲ ୮ ଇଂଚ ରହିବା କଥା। ହାଟବଜାର ଷ୍ଟ୍ରେଚରେ ୮ ଇଂଚ ରହିଛି। ସେଟ୍ରିଂ ଯୋଗୁଁ କାଁ ଭାଁ ୮ ଇଂଚ ହୋଇଛି। ହେଲେ ଡ୍ରେନ ର ୱାଲ ରେ ପ୍ରତି ୬ ଇଂଚ ବ୍ୟବଧାନରେ ମେନ ବାର ଛିଡ଼ା ହେବା କଥା ଓ ପ୍ରତି ୮ ଇଂଚରେ ଡିଷ୍ଟ୍ରିବ୍ୟୁସନ ବାର ଦେବା କଥା। ହେଲେ ଠିକାଦାର ମନଇଛା ବାର ବାଇଣ୍ଡିଂ ସିଡ୍ୟୁଲ ବା ରଡବାଇଣ୍ଡି କରୁଛନ୍ତି। କେଉଁଠି ୧୦ ଇଂଚ ତ କେଉଁଠି ୧ ଫୁଟ୍ ଦୂରରେ ରଡ ଛିଡ଼ା କରିଛନ୍ତି। ଫଳରେ ଡ୍ରେନ କାମ ଅତି ନିମ୍ନମାନର ହୋଇଚି।ଯେଉଁ ଡ୍ରେନ କାମ ହୋଇଚି ଘୋଡ଼ାଗଣ୍ଡ ନାଳ ଠାରୁ ଦୋବଲ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଅଧିକାଂଶ ଜାଗାରେ ଢାଙ୍କୁଣି ପକା ଯାଇନଥିବାରୁ ବ୍ୟବସାୟ ରେ ବାଧାପ୍ରାପ୍ତ ହେଉଚି ଦୋକାନୀ ଭାଇ ମାନେ ବେପାର କରିପାରୁ ନାହାନ୍ତି । ଦୀର୍ଘ ଦିନପରେ ବୁଧବାର ଦିନ ଦୋବଲ ହାଟ ନିକଟରୁ ରାସ୍ତା କାର୍ଯ୍ୟ ଆରମ୍ଭ ବେଳେ ସ୍ଥାନୀୟ ଲୋକମାନେ ବନ୍ଦ କରିଛନ୍ତି।ସୂଚନା ଥାଉକି ଉକ୍ତ ବଜାର ର ଦୁଇ ପାଖ ରେ ଜବରଦଖଲ ଥିବାବେଳେ ପ୍ରଶାସନ ତରଫରୁ ମାପ କରାଯାଇ କାର୍ଯ୍ୟ ପାଇ ନିଷ୍ପତି ହୋଇଥିଲା।ମାତ୍ର ଏବେ ରାସ୍ତା କାର୍ଯ୍ୟ ଆରମ୍ଭ ବେଳେ ଠିକାଦାର ଚିହ୍ନଟ ସ୍ଥାନରୁ କଂକ୍ରିଟ ନ କରି ନିଜ ଇଛାରେ କାମ କରୁଥିଲେ ଫଳ ରେ ସ୍ଥାନୀୟ ଲୋକ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ ।ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତି ରେ କାମ କରାଯିବା ସହ ଜବର ଦଖଲ ହଟାଇ କାମ କରିବାକୁ ଦାବି କରିଥିଲେ । ଦୀର୍ଘ ସମୟ ହୋହାଲା ପରେ ଠିକାଦାର ବାଧ୍ୟହୋଇ କାମବନ୍ଦ କରିଥିଲେ ।ସୂଚନା ଥାଉକି କୋଟିକୋଟି ଟଙ୍କାର କାମଚାଲୁଥିବାବେଳେ କାମ ପାଖ ରେ ବିଭାଗୀୟ ଅଧିକାରୀ ମାନେ ଅନୁପସ୍ଥିତ ଯୋଗୁଁ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ସମସ୍ୟାର ସମାଧାନ ପରେ କାର୍ଯ୍ୟ କରାଯିବ ବୋଲି କନିଷ୍ଟ ଯନ୍ତ୍ରୀ ପ୍ରକାଶ ପାଣି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.