Home ଜିଲ୍ଲା ପରିକ୍ରମା ଧାମନଗର-ଦୋବଲ ରାସ୍ତାର ବକ୍ସ ସେଲ୍ କଲଭର୍ଟ ଓ ଅପ୍ରୋଜ ରୋଡ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି, କାର୍ଯ୍ୟ...

ଧାମନଗର-ଦୋବଲ ରାସ୍ତାର ବକ୍ସ ସେଲ୍ କଲଭର୍ଟ ଓ ଅପ୍ରୋଜ ରୋଡ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି, କାର୍ଯ୍ୟ ପାଖରେ ରହୁନାହାଁନ୍ତି ଅଧିକାରି

17

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର- ଷେଣ୍ଢ ପୁର ଭାୟା ଦୋବଲ ରାସ୍ତାର ମୁସ୍ତଫାପୁର ଘୋଡ଼ାଗଣ୍ଡ ନାଳ ଉପରେ ନିର୍ମାଣାଧୀନ କଲଭର୍ଟ ନିର୍ମାଣ ସହ ତା ଉପରେ କଂକ୍ରିଟରାସ୍ତା ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। କଲଭର୍ଟ ର ଫାଉଣ୍ଡେସନ କାମ ଅତି ନିମ୍ନମାନର ହେଉଥିଲା ବୋଲି ସେତେ ବେଳେ ଦୋବଲ ବାସିନ୍ଦା ଜିଲ୍ଲା ପୂର୍ତ ଓ ଗୃହ ନିର୍ମାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ କରିବା ଲାଗି ଲୋକେ ଦାବି ଜଣାଇଥିଲେ ମାତ୍ର ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇନଥିଲେ। ଏବେ ଦୀର୍ଘ ଦିନ ପରେ ସେଠାରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଚି ଯାହାକି ନିମ୍ନମାନର କାମ ହେଉଚି। ପ୍ରକାଶ ଥାଉକି ଧାମନଗର ରୁ ଷେଣ୍ଢପୁର କୁ ଲମ୍ବିଥିବା ଅନ୍ୟାନ୍ୟ ଜିଲ୍ଲା ସଡ଼କ (ଓଡିଆର) ର ଘୋଡ଼ାଗଣ୍ଡ ନାଳ ପାଖରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ଯାଇ ରାସ୍ତା ବୁଡ଼ି ଯାଉଥିଲା । ବର୍ଷା ଓ ବନ୍ୟା ସମୟରେ ଏଠାରେ ବନ୍ୟା ପାଣି ପ୍ରବାହିତ ହେଉଥିଲା। ବୈତରଣୀ ଓ ଗେଙ୍ଗୁଟି ରେ ବଡ଼ ବନ୍ୟା ହେଲେ ନାଳ ବାଟେ ବନ୍ୟା ଜଳ ନିଷ୍କାସନ ହୋଇଥାଏ। ଦୀର୍ଘ ବର୍ଷ ହେଲା ଏ ସମସ୍ୟା ଥିବାରୁ ଘୋଡ଼ାଗଣ୍ଡ ନାଳ ଉପରେ ପୁରୁଣା ହୋମପାଇପ କଲଭର୍ଟ କୁ ଭାଙ୍ଗି ନୂଆ କଲଭର୍ଟ କିମ୍ବା ପୋଲ କରିବାକୁ ଦାବି ହୋଇ ଆସୁଥିଲା। ବିଭାଗୀୟ ଅଧିକାରୀଙ୍କ ସର୍ବେକ୍ଷଣ ପରେ ଘୋଡ଼ାଗଣ୍ଡନାଳର ଅବସ୍ଥିତି ଦୃଷ୍ଟିରୁ ସେଠାରେ ବକ୍ସସେଲ କଲଭର୍ଟ କରିବାକୁ ସଂପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସରକାର ଏହାକୁ ଗ୍ରହଣ କରି ଟେଣ୍ଡର ଆହ୍ୱାନ କରିଥିଲେ । କଲଭର୍ଟ ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।ସେଠାରେ ପୂର୍ବରୁ ଆଉ କିଛି ପୁରୁଣା ହ୍ୟୁମ୍ ପାଇପ କୁ ନଉଠାଇ ତା’ ଉପରେ ଫାଉଣ୍ଡେସନ ଲେୟାର କରାଯାଇଛି। ଖାଲି ଏତିକି ନୁହେଁ, ଯେଉଁ ସ୍ଥାନରେ ଫାଉଣ୍ଡେସନ ଲେୟାର କରାଯାଉଛି, ତାହା ମଧ୍ୟ ନିମ୍ନମାନର କରାଯାଇଛି। ଫାଉଣ୍ଡେସନ ଲେୟାର କାମ ଏମ୍‌-୧୫ ଗ୍ରେଡ୍ ବା ୧:୨:୪ ଅନୁପାତରେ କଂକ୍ରିଟ ହେବା କଥା। ହେଲେ ପେଟି ଠିକାଦାର ଏହାକୁ ୧:୪:୮ ରେ କରିଥିଲେ। ଘୋଡ଼ାଗଣ୍ଡ ନାଳର ତଳ ଭାଗ ଟି ସଂପୂର୍ଣ୍ଣ ଭାବେ କଳା ମାଟି। ଏଣୁ ଏଠାରେ ଫାଉଣ୍ଡେସନ କାମ କରିବାବେଳେ କଂକ୍ରିଟ ଅନୁପାତକୁ ଅଧିକ ଗୁରୁତ୍ୱ ଦେବା କଥା। ତା’ ଛଡ଼ା ବକ୍ସ ସେଲ୍ କଲଭର୍ଟ ନିର୍ମାଣ ଲାଗି ଆଇଆରସି: ୧୩-୨୦୦୪କୁ ଅନୁସରଣ କରିବା ଲାଗି କୁହାଯାଇଥିଲା ତାହାବି କରାଯାଇନାହିଁ। ହେଲେ ଠିକାଦାର ନିଜ ମନଇଛା କାମ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ହେଲେ ସେହି କଲଭଟ ରେ ଏବେ ଅପ୍ରୋଜ ରୋଡ ନିର୍ମାଣ କରା ଯାଉଛି ଯାହାକି ଅତି ନିମ୍ନମାନର କାମ କରା ଯାଉଛି। ସେଠାରେ ପ୍ରଖର ବନ୍ୟା ସ୍ରୋତ ହୁଏ ହେଲେ କଂକ୍ରିଟ କାମ ବେଳେ ରଡ ବ୍ୟବହାର କରା ଯାଉନାହିଁ ରାସ୍ତା ମେଟାଲ ବି ଦିଆ ଯାଉନାହିଁ । ଏପରି କି ତଳେ ଡଷ୍ଟ ଦେଇ ର ଠ କି କାମ କରା ଯାଉଛି। ନିମ୍ନ ମାନର ସିମେଂଟ ସହ ଭାଗ ମାପ ବି ଠିକ ଦିଆଯାଉନାହିଁ।ସବୁଠାରୁ ବଡକଥାହେଲା କାମ ନିକଟରେ ସରକାରୀ ଅଧିକାରୀବି ଉପସ୍ଥିତ ରହୁ ନଥିବାରୁ ଠିକାଦାରନିଜମର୍ଜି ରେ କାମ କରୁଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀଦାବିକରିଛନ୍ତି। ଏ ଦିଗରେ କନିଷ୍ଟ ଯନ୍ତ୍ରୀ ଙ୍କ ସହ ଫୋନ ଯୋଗେ ଯୋଗା ଯୋଗ କରାଯାଇଥିଲେ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.