Home ଜିଲ୍ଲା ପରିକ୍ରମା ଧାମନଗର ଥାନା ସମ୍ମୁଖ ଏଟିଏମରେ ମିଳିଥିବା ଟଙ୍କା ପୋଲିସକୁ ଫେରାଇଲେ ଯୁବକ

ଧାମନଗର ଥାନା ସମ୍ମୁଖ ଏଟିଏମରେ ମିଳିଥିବା ଟଙ୍କା ପୋଲିସକୁ ଫେରାଇଲେ ଯୁବକ

2

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ସାମ୍ନାରେ ଥିବା ଏସବିଆଇ ଏଟିଏମ ରେ କେହି ଜଣେ ଅଜଣା ବ୍ୟକ୍ତି ପ୍ରାୟ ୩ ହଜାର ଟଙ୍କା ଛାଡ଼ି ଚାଲିଯାଇଥିଲେ। ଏଟିଏମ ରେ ଟଙ୍କା ପଡ଼ିଥିବା ଦେଖି ଯୁବକ ଜଣେ ସେଗୁଡ଼ିକୁ ନେଇ ଧାମନଗର ପୋଲିସ ଥାନାରେ ଜମା କରିଥିଲେ। ଏହି ସଚ୍ଚୋଟ କାର୍ଯ୍ୟ ପାଇଁ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ ଓ ଏଏସଆଇ ସୁଜିତ୍ ରାଉତ ଯୁବକଙ୍କୁ ଧନ୍ୟବାଦ ଜଣାଇଥିଲେ। ପୋଲିସ ସୂଚନା ଅନୁସାରେ, ଟଙ୍କାର ସତ୍ୟ ମାଲିକଙ୍କ ପରିଚୟ ମିଳିଲା ପରେ ସେହି ଟଙ୍କା ତାଙ୍କୁ ଫେରାଇ ଦିଆଯିବ। ସଚ୍ଚୋଟ ଯୁବକ ଜଣଙ୍କ ହେଲେ ଧାମନଗର ଥାନା ଅଧୀନ ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ଗ୍ରାମର ଶ୍ରୀନିବାସ ରାଉତ। ସେ ମୁମ୍ବାଇରେ ରହି କାମ କରୁଥିବା ବେଳେ ମଙ୍ଗଳବାର ଦିନ ଟଙ୍କା ଉଠାଇବା ପାଇଁ ଏସବିଆଇ ଏଟିଏମ କୁ ଆସିଥିଲେ। ସେଠାରେ ଟଙ୍କା ପଡ଼ିଥିବା ଦେଖି ସେଗୁଡ଼ିକୁ ପୋଲିସ ଜିମ୍ମା ଦେଇଥିଲେ। ଯୁବକଙ୍କ ଏହି କାର୍ଯ୍ୟ ଅଂଚଳରେ ବ୍ୟାପକ ପ୍ରଶଂସା ଆଣିଛି। ତେବେ ଉକ୍ତ ୩ ହଜାର ଟଙ୍କା କାହାର ତାହା ଜଣା ପଡିନାହିଁ।ଯଦି କାହା ଟଙ୍କା ହୋଇ ଥାଏ ଉଚିତ୍ ପ୍ରମାଣ ସହ ଟଙ୍କା ଥାନାରୁ ନେଇ ପାରିବେ ବୋଲି ଏଏସଆଇ ସୁଚିତି ରାଉତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.