Home ଜିଲ୍ଲା ପରିକ୍ରମା ଧାମନଗର ଥାନା ପରିସରରୁ ଅଭିଯୁକ୍ତ ଫେରାର

ଧାମନଗର ଥାନା ପରିସରରୁ ଅଭିଯୁକ୍ତ ଫେରାର

8

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ପରିସରରେ ସନ୍ଧ୍ୟା ୬ଟା ସମୟରେ ଗିରଫ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଭଦ୍ରକ ସହରାଂଚଳ ପୁଲିସ୍ କବାଡିଆ ସାମଗ୍ରୀ ସହ ଚୋରା ମୋଟର ସାଇକେଲ୍‌ର ଯନ୍ତ୍ରାଂଶ ବିକ୍ରି କରୁଥିବା ଅଭିଯୋଗରେ ଧାମନଗର ଅଂଚଳ ଶାମପୁର ଗ୍ରାମର ବାବୁ ଜେନାଙ୍କ ପୁତ୍ର ଦୁଃଶାସନକୁ ଗିରଫ କରିଥିଲେ ଓ ପରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଭଦ୍ରକ ପୁଲିସ୍ ଅଟକ ରଖିଥିଲେ । ଆଜି ସନ୍ଧ୍ୟାରେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଭଦ୍ରକ ସହରାଂଚଳ ଥାନାର ଏସଆଇ ରୋଜନ ମୁର୍ମୁଙ୍କ ସହ ଅନ୍ୟ କର୍ମଚାରୀମାନେ ଅଭିଯୁକକୁ ଧାମନଗର ଥାନାକୁ ଆଣି ସେମାନଙ୍କ ନାମରେ ଆଉ କିଛି କେଶ୍ ଅଛିକି ନାହିଁ ତଦନ୍ତ କରିଥିଲେ । ଇତିମଧ୍ୟରେ ପୁଲିସ୍ ଗାଡିରେ ବସିଥିବା ଅଭିଯୁକ୍ତ ଦୁଃଶାସନନ ହ୍ୟାଣ୍ଡକପ୍ ବାହାର କରି ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଜଣାପଡିଛି । ଏଥିନେଇ ଭଦ୍ରକ ଓ ଧାମନଗର ପୁଲିସ୍ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିପାରିନାହାଁନ୍ତି । ତେବେ ଧାମନଗର ଥାନା ପରିସରରୁ ଥାନା ଗାଡିରେ ଥିବା ଅଭିଯୁକ୍ତ ଫେରାର ହେଲା, ନା ତାକୁ ଫେରାର କରାଇ ଦିଆଗଲା, ସେଥିନେଇ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଆଲୋଚନା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.