ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ୪ ବର୍ଷ ୮ ମାସ ର ଶିଶୁକନ୍ୟାକୁ ମୋବାଇଲ ଦେଖାଇ ନିଛାଟିଆ ସ୍ଥାନ ରେ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ହେଲେ ଖଡ଼ିପଦା ପଂଚାୟତ ର କାଞ୍ଜିଆପାଳ ଗ୍ରାମର ପାଗଳା ଦାସ( ୫୫ ବର୍ଷ)। ସୁଚନା ଥାଉକି କାଞ୍ଜିଆପାଳ ଗ୍ରାମର ପାଗାଳା ଦାସ ଚଳିତ ମାସ ୧୫ ତାରିଖ ଶୁକ୍ରବାର ଦିନ ୪ ବର୍ଷ ୮ ମାସ ର ଶିଶୁକୁ ଇଟାଭାଟି ନିକଟରେ ଦୁଷ୍କର୍ମ କରିଥିଲା। ଶିଶୁଟି ଦୁଷ୍କର୍ମ ପରେ କାନ୍ଦି କାନ୍ଦି ଜାଇ ନିଜ ମା ପାଖରେ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପାଗଳା ଦାସ ଗ୍ରାମ ଲୋକଙ୍କ ସାହାଯ୍ୟରେ ଚାପ ପକାଇ ରଫା ଦଫା କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ୭ ଦିନ ବିତି ଯାଇଥିଲା। ତେବେ ଶିଶୁର ପରିବାର ମୌକା ପାଇ ଲୁଚି ଛପି ଗୁରୁବାର ସଂଧ୍ୟାରେ ଧାମନଗର ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ପୋଲିସ କେସ ନମ୍ବର ୫୦୮/୨୪ ରେ ମାମଲା ରୁଜୁ କରି ପାଗଳା ଦାସ ଜୟନଗର ଅଂଚଳ ରୁ ଗିରଫ କରିଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ପାଗଳା ଦାସଙ୍କୁ କଠୋର ଦଣ୍ଡ ଦେବା ପାଇଁ ଶିଶୁର ବାପା ମା ଦାବୀ କରିଚନ୍ତି। ଅନ୍ୟପକ୍ଷେ ପାଗଳା ଦାସ କୁ ଡାକ୍ତର ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାର ଭଦ୍ରକ ଆରକ୍ଷୀ ଅଧିକ୍ଷକ ଗୁରୁତର ସହ ନେଇ ଭଦ୍ରକ ମହିଳା ଇନ୍ସପେକ୍ଟର ମୋନାଲିସା କର ଙ୍କୁ ଅଧିକ ତଦନ୍ତ ପାଇଁ ନିୟୋଜିତ କରିଛନ୍ତି ।ତେବେ ତଦନ୍ତ ପରେ ଘଟଣାର କଣ ସତ୍ୟତା ଆସୁଛି ତାହା ଦେଖିବାକୁ ବାକି ରହିଲା। ତେବେ ଏହି ଲଜ୍ୟା ଜନକ ଘଟଣା କୁ ନେଇ ଧାମନଗର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।