Home ଜିଲ୍ଲା ପରିକ୍ରମା ଧାମନଗର ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର, ଜିଲାପାଳ ଆସିଲେନି ,ଉପଜିଲ୍ଲାପାଳ ଚଳାଇଲେ କାମ

ଧାମନଗର ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର, ଜିଲାପାଳ ଆସିଲେନି ,ଉପଜିଲ୍ଲାପାଳ ଚଳାଇଲେ କାମ

10

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଦିନ ୧୦ ଟା ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଟିତ ହୋଇ ଥିଲା।ହେଲେ ଏହି ଶିବିର କୁ ଜିଲ୍ଲାପାଳ ଆସିନଥିଲେ ।ଯେଉଁମାନେ ଜିଲ୍ଲାପାଳ ଙ୍କୁ କିଛି ଦାବି ଓ ଅଭିଯୋଗ କରିବାକୁ ଆସିଥିଲେ ଜିଲ୍ଲାପାଳ ନ ଆସିବାରୁ ସେମାନେ ଅଭିଯୋଗ ନ ଦେଇ ଫେରି ଯାଇଥିଲେ । ବିଳମ୍ୱ ରେ ହେଲେବି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଉପସ୍ଥିତି ରେ ୭୫ ଟି ଅଭିଯୋଗ ଗ୍ରହଣ କରି ସେହି ଠାରେ ୧୨ ଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ପକ୍ଷରେ ଗୁମୁଗଡ ର ସରକାରି ରାସ୍ତା କୁ ବିରୋଧ କରିବା ।ଖଡିପଦା ପଂଚାୟତ ର ଦକ୍ଷିଣକୁରୁଆ ଗ୍ରାମ ର ଜଣେ ଭିନ୍ନକ୍ଷମ କୁ ୨ ବର୍ଷ ହେବ ଭତା ନମିଳିବାରୁ ପରିବାର ଦୁଃଖ କଷ୍ଟ ରେ ଭୋକ ଉପାସରେ ଦିନ ବିତାଉ ଥିବାର ଅଭିଯୋଗ ।ସରକାରି ଜାଗା ଅବରୋଧ,ଡ୍ରେନେଜ୍ ବିଭାଗ,ଜଳସେଚନ ବିଭାଗ ଓ ବିଦ୍ୟୁତ୍ ବିଭାଗ ର କେତେକ ଅଭିଯୋଗ ଆଦି କରା ଯାଇଥିଲା । ତାହା କୁ ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରା ସମାଧାନ ନିମନ୍ତେ ନିର୍ଦେଶ ଦିଆଯାଇଥିଲା। ତେବେ ଜିଲ୍ଲାପାଳ ନ ଆସିବାରୁ ଅନେକ ଅଧିକାରି ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଏହି ଅଭିଯୋଗ ଶୁଣାଣୀ ରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ,ଭଦ୍ରକ ସି ଟି ଡି ଏସ ପି ସମ୍ବିତି ଜେନା,ଅତିରିକ୍ତ ଜିଲାପାଳ ସରୋଜ ଦତ, ତହସିଲିଦାର ସାଇ ଶ୍ରୀ ଲୋକନାଥ ସେଠୀ, ବିଡ଼ିଓ ବନବିହାରୀ ଦିନ୍ଦା, ଏ ବି ଡି ଓ ଶର୍ମିଷ୍ଠା ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.