Home ଜିଲ୍ଲା ପରିକ୍ରମା ଧାମନଗର : ଜେଲ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଡାଉ

ଧାମନଗର : ଜେଲ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ ଚଡାଉ

18

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ କେନ୍ଦୁଝର ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ ଙ୍କ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ନରସିଂହପୁର ପୁର ଗ୍ରାମ ସ୍ଥିତ ନିଜ ପୈତୃକ ବାସଭବନ ସହିତ ୭ ଟି ଜାଗାରେ ଏକକାଳିନ ଭିଜିଲାନ୍ସ ଚଢ଼ାଉ ହୋଇଛି । ୫ ଜଣିଆ ଟିମ ଚଢାଉ କରୁଥିବା ଦେଖିବାକୁ ମିଳିଛି ।ତେବେ ଉକ୍ତ ବାସଭବନରେ ସତ୍ୟ ପ୍ରକାଶ ସ୍ୱାଇଁଙ୍କ କୌଣସି ନିଜ ଲୋକ ରହୁନଥିବା ବେଳେ ଉକ୍ତ ଘରେ ପ୍ରଜାପତି ବ୍ରହ୍ମ କୁମାରି ଅଫିସ ଖୋଲାଯାଇଥିଲା ।ତେବେ ଭଦ୍ରକ ଭିଜିଲାନ୍ସ ବିଭାଗର ୫ ଜଣିଆ ଟିମ ପହଂଚି ଭଡାରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.