Home ଜିଲ୍ଲା ପରିକ୍ରମା ଧାମନଗର ଜଳସେଚନ ବିଭାଗର ଖାମ ଖିଆଲିରେ ପୁଣି ଧସିଲା ଗେଙ୍ଗୁଟି ନଦୀବନ୍ଧ

ଧାମନଗର ଜଳସେଚନ ବିଭାଗର ଖାମ ଖିଆଲିରେ ପୁଣି ଧସିଲା ଗେଙ୍ଗୁଟି ନଦୀବନ୍ଧ

13

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଶା ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତର ରାମେଶ୍ୱର ମଳିକ ସାହି ଠାରେ ପୁଣି ଧସିଲା ଗେଙ୍ଗୁଟି ନଦୀବନ୍ଧ। ପ୍ରାୟ ୧୫୦ ଫୁଟ ଲମ୍ବର ବନ୍ଧ ନଦୀ ଆଡ଼କୁ ଧସି ଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଦୀର୍ଘବର୍ଷ ଧରି ବାରମ୍ବାର ନଦୀବନ୍ଧ ଧସୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି। ରାମେଶ୍ୱରପୁର – କରଦା ପୋଲ ଠାରୁ ପୂର୍ବକୁ ୧୦୦ ମିଟର ଦୂରରେ ମଳିକ ସାହି ପାଖରେ ଏଭଳି ବାରମ୍ବାର ଘଟୁଛି।ଧାମନଗର ଜଳସେଚନ ବିଭାଗ ପକ୍ଷରୁ ବାରମ୍ୱାର ବନ୍ଦ ମରାମତି ହେଉଛି । ପ୍ରଶସ୍ତିକରଣ ସହ ସୁଦୃଢ଼ୀକରଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ନିମ୍ନମାନର କାମ ଯୋଗୁଁ ପୁଣି ବନ୍ଧ ଧସିବାରେ ଲାଗିଛି। ମଳିକ ସାହି ପାଖରେ ନଦୀବନ୍ଧ ଧସିବାର ମୂଳ କାରଣ ହେଉଛି ଏହାର ଭୌଗଳିକ ସ୍ଥିତି ଓ ରାମେଶ୍ୱରପୁର-କରଦା ଗେଙ୍ଗୁଟି ପୋଲର ଆବଟମେଂଟ ୱାଲ। ଗେଙ୍ଗୁଟିର ମୁହଁ ଅଧିକ ଚଉଡ଼ା ହୋଇଥିବାବେଳେ ରାମେଶ୍ୱରପୁର ମଳିକ ସାହି ପାଖରେ ଏହା ସଂକୀର୍ଣ୍ଣ ହୋଇଯାଇଛି। ତା ସାଙ୍ଗକୁ ଉପରୁ ପ୍ରଖର ସ୍ରୋତରେ ଅତ୍ୟଧିକ ପାଣି ଆସୁଥିବାରୁ ତାହା ପୋଲର ସୁରକ୍ଷା ପ୍ରାଚୀରରେ ପିଟି ହୋଇଥାଏ। ସେଠାରୁ ଦିଗ ବଦଳାଇ ଉତର ଦିଗକୁ ଆସି ରାମେଶ୍ୱରପୁର ମହାନ୍ତି ସାହି ପାଖ ପଠା କୁ ଧକ୍କା ଦିଏ। ଏହାପରେ ଏଠାରୁ ପାଣି ଦକ୍ଷିଣ ଦିଗକୁ ଗତି କରି ମଳିକ ସାହି ପାଖରେ ବନ୍ଧରେ ପିଟି ହୁଏ। ଏଠାରେ ପଠା ନଥିବାରୁ ବନ୍ଧ ଉପରେ ଚାପ ପଡ଼େ। ଏଣୁ ମଳିକ ସାହି ପାଖରେ ନଦୀ ଭିତରେ କଂକ୍ରିଟ ବେଡ କରି ତା ଉପରୁ ପଥର ପିଚିଂ କରାଗଲେ ବନ୍ଧ ପ୍ରତି ବିପଦ ପଡ଼ନ୍ତା ନାହିଁ। ହେଲେ ବାରମ୍ବାର ଅଭିଯୋଗ ସତ୍ୱେ ସେମିତି କରାଯାଉନଥିବାରୁ ପ୍ରତିବର୍ଷ ବନ୍ୟା ଟିକିଏ ଛାଡ଼ିବା ପରେ ନଦୀବନ୍ଧ ଧସୁଥିବା ଦେଖିବାକୁ ମିଳିଛି। ଏନେଇ ଧାମନଗର ଜଳ ସଂପଦ ଅଧିକାରୀ ଅନ୍ତର୍ଯ୍ୟାମୀ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି ମୋ ପାଖରେ ସୁଚନା ନାହିଁ ତେବେ କନିଷ୍ଟ୍ ଯନ୍ତ୍ରୀ କୁ ପଠାଇ ଏହାର ତୁରନ୍ତ ମରାମତି କାର୍ଯ୍ୟ କରାଇବାର ବେବସ୍ତା କରା ଯିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.