Home ଓଡ଼ିଶା ଧାମନଗର- ଚାରି ଜୋନ୍‌ରୁ ୧୪ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ବିଷ୍ଣୁ ଓ ଅଶୋକଙ୍କ ପାଇଁ ସମ୍ମାନର...

ଧାମନଗର- ଚାରି ଜୋନ୍‌ରୁ ୧୪ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ବିଷ୍ଣୁ ଓ ଅଶୋକଙ୍କ ପାଇଁ ସମ୍ମାନର ପ୍ରଶ୍ନ

37

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ୱାର୍ଡ଼ମେମ୍ବର ଠାରୁ ଜିଲ୍ଲାପରିଷଦ ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ କିପରି ବିଜୟଲାଭ କରିବ ସେ ଦୀଗରେ ବିଭିନ୍ନ ରାଜନୈତୀକ ଦଳର ନେତା, କର୍ମୀ ଓ ସଂଗଠକ ମାନେ ଦିନରାତି ଏକକରି ପ୍ରଚାରରେ ଲାଗିପଡ଼ିଛନ୍ତି। ଯେପରିଭାବେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ତିନିଦଳର ନେତାମାନେ ଲାଗିପଡ଼ିଛନ୍ତି। ପ୍ରକାଶ ଥାଉକି ଧାମନଗର ବ୍ଲକ ୪ଟି ଜିଲ୍ଲାପରିଷଦ ଜୋନ୍ ଧାମନଗର, ଦୋବଲ, ଧୂଷୁରୀ ଓ ଅସୁରାଳିର ୪ଟି ଜୋନ୍ ପାଇଁ କଂଗ୍ରେସ, ବିଜେପି ଓ ବିଜେଡ଼ି ପ୍ରାର୍ଥୀ ନିର୍ବାଚନ ଲଢିବେ। ରାଧାବଲ୍ଲଭପୁର, ଭଗବାନପୁର, ଦଇପୁର, ଚୁଡ଼ାକୁଟି, ଗୋବିନ୍ଦପୁର, କଲ୍ୟାଣୀ, ବୟାଂଡ଼ିହ ଏଭଳି ମୋଟ ୭ଟି ପଂଚାୟତକୁ ନେଇ ଗଠିତ ୧୦ନମ୍ବର ଜୋନ୍ ପାଇଁ ବିଜେଡ଼ିରୁ ଟୁନିବାଳା ବିଶ୍ୱାଳ, ବିଜେପିରୁ ରଂଜିତା ସ୍ୱାଇଁ ଓ କଂଗ୍ରେସ ଦଳରୁ ପ୍ରତିଭା ଦାସ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବାବେଳେ ଆନନ୍ଦପୁର, ଖଡ଼ିପଦା, ପଧାନୀ, ଦଳାଙ୍ଗ କରଦା, ସୋହଡ଼ା, ଦୋବଲ, ମୁସ୍ତଫାପୁର ଆଦି ୮ଟି ପଂଚାୟତକୁ ନେଇ ଗଠିତ ୧୧ନମ୍ବର ଜୋନ୍‌ରୁ ବିଜେଡ଼ିରୁ ଉର୍ମିଳା ବିଶ୍ୱାଳ, ବିଜେପିରୁ ପୁଷ୍ପାଞ୍ଜଳି ସାମଲ, କଂଗ୍ରେସରୁ ବାସନ୍ତିଲତା ବେହେରା ଓ ଆପ୍‌ରୁ ସ୍ୱପ୍ନାରାଣୀ ପୁହାଣ ଜିଲ୍ଳାପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ଅଛନ୍ତି।

ଅସୁରାଳି, ଗଢିଆଳି, କଟସାହି, ଫତେପୁର, କାସିମପୁର, ବମକୁରା, ରଇପୁର, ଖପରପଦା ଆଦି ୮ଟି ପଂଚାୟତକୁ ନେଇ ଗଠିତ ୧୨ନମ୍ବର ଜୋନ୍‌ରୁ ବିଜେଡ଼ିରୁ ସାରଦାପ୍ରସନ୍ନ ସାହୁ, ବିଜେପିରୁ ବୈକୁଣ୍ଠନାଥ ସାହୁ, କଂଗ୍ରେସରୁ ନିମାଇଚରଣ ଜେନା ଜିଲ୍ଳାପରିଷଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବାବେଳେ ଧୂଷୁରୀ, ସାହାସପୁର, ହସନାବାଦ, ଅର୍ଜ୍ଜୁନପୁର, ନଦୀଗାଁ, ଭଟ୍ଟସାହି, କୋଠାର ଓ ପାଳସାହି ଆଦି ପଂଚାୟତକୁ ନେଇ ଗଠିତ ୧୩ନମ୍ବର ଜୋନ୍‌ରୁ ବିଜେଡ଼ିରୁ ପ୍ରଦୀପ କୁମାର ମଲ୍ଲିକ, ବିଜେପିରୁ ଚତୁର୍ଭୁଜ ନାୟକ, କଂଗ୍ରେସ ଦଳରୁ ସୂର୍ଯ୍ୟନାରାୟଣ ମହାନ୍ତି ଏବଂ ଆପରୁ ପ୍ରିୟବ୍ରତ ପଣ୍ଡା ଜିଲ୍ଲାପରିଷଦ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେବେ ଏହି ୪ଟି ଯାକ ଜୋନ୍‌ରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବାବେଳେ ପ୍ରଥମକରି ଆପ୍‌ରୁ ଏଥର ଜିଲ୍ଲାପରିଷଦ ପ୍ରାର୍ଥୀ ଦେଇଥିବା ଜଣାପଡ଼ିଛି। ଏଠାରେ ସୂୂଚନା ଯୋଗ୍ୟଯେ ଗତ ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ମଧ୍ୟରେ ଶୀତଳଯୁଦ୍ଧ ଲାଗିଥିବାବେଳେ ସେହି ସୁଯୋଗରେ ଅଶୋକ ନାୟକ ନିଜେ ପରିବର୍ତ୍ତନ ସାମୁଖ୍ୟ ନାମରେ ଏକ ରାଜନୈତିକ ସଂଗଠନ କରି ବିଜେପିର ବିଷ୍ଣୁ ସେଠୀଙ୍କ ସହ ହାତମେଳାଇ ୩୧ପଂଚାୟତର ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ଦେଇ ବହୁ ସଂଖ୍ୟାରେ ବିଜେପିକୁ ସରପଂଚ ପ୍ରାର୍ଥୀ ଦେଇଥିବାବେଳେ ଶ୍ରୀ ନାୟକ ସମିତିସଭ୍ୟକୁ ନିଜହାତରେ ରଖି ପୁନର୍ବାର ପଂଚାୟତ ସମିତି ଦଖଲ କରିଥିଲେ ଏବଂ ଧାମନଗର ବ୍ଳକର ୪ଟି ଜିଲ୍ଲାପରିଷଦ ଆସନକୁ ବିଜେପି ହାତକୁ ଟେକିଦେଇଥିଲେ।

ତେବେ ଏଥର ଗୋଟିଚାଳଣା ସମ୍ପୁର୍ଣ୍ଣ ଭାବରେ ଭିନ୍ନ ହୋଇଛି। ଏଥର ବିଜେଡ଼ିର ଗୋଷ୍ଠୀକନ୍ଦଳକୁ ଆଡ଼େଇଦେଇ ମୁକ୍ତି ପ୍ରଚ୍ଛଦପଟ୍ଟ ନାୟକ ସାଜି ସନ୍‌ମ୍ମୁଖ ଯୋଦ୍ଧା ଅଶୋକ ନାୟକଙ୍କ ସହିତ ହାତମେଳାଇ ପଂଚାୟତ ନିର୍ବାଚନ ବୈତରଣୀ ପାର ହେବାପାଇଁ ଅଣ୍ଟାଭିଡ଼ିବା ସହିତ ଚାରି ୪ଟି ଜିଲ୍ଲାପରିଷଦ ଆସନ ହାତେଇବା ପାଇଁ ପ୍ରଚାରକୁ ଯୋରଦାର କରିଛନ୍ତି। ଯଦିଓ ଚଳିତ ନିର୍ବାଚନରେ ପୂର୍ବତନ ବିଧାୟକ ଦ୍ୱୟ ମୁକ୍ତି ଓ ରାଜୁଙ୍କ ଧାମନଗର ବ୍ଳକକୁ ନିର୍ବାଚନ ପ୍ରଚାରକୁ ଆସିବାକୁ ଦଳୀୟ ରୋକ ଲାଗିଥିବାବେଳେ ଅଶୋକ ବ୍ଲକର ଦଳୀୟ ମୁଣ୍ଡିଆଳ ସାଜିଥିବାବେଳେ ଏପଟେ ବିଜେପିର ବିରୋଧିଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀ ଦଳର ମୁଣ୍ଡିଆଳ ସାଜି ନିର୍ବାଚନୀ ସମରପ୍ରାଙ୍ଗଣରେ ଅବତିର୍ଣ୍ଣ ହୋଇଛନ୍ତି। ତେବେ ଚଳିତ ନିର୍ବାଚନ ପାଇଁ ବିଷ୍ଣୁ ଓ ଅଶୋକଙ୍କର ସମ୍ମାନର ପ୍ରଶ୍ନ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.