Home ଜିଲ୍ଲା ପରିକ୍ରମା ଧାମନଗର ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ତେଜିଲା ଅସନ୍ତୋଷ, ଘଟଣାସ୍ଥଳରେ ତଦନ୍ତଅଧିକାରୀ

ଧାମନଗର ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ତେଜିଲା ଅସନ୍ତୋଷ, ଘଟଣାସ୍ଥଳରେ ତଦନ୍ତଅଧିକାରୀ

85

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭଦ୍ରକ ଓ ଯାଜପୁର ଜିଲ୍ଳାର ମଧ୍ୟ ଭାଗରେ ହୋଇଥିବାବେଳେ ଏହି ଡ଼ାକ୍ତରଖାନା ଉପରେ ଧାମନଗର ସମେତ ପଡ଼ୋଶୀ ଯାଜପୁର ଓ ଭଣ୍ଡାରୀପୋଖରୀ ଅଂଚଳର ରୋଗୀମାନେ ସ୍ୱାସ୍ତ୍ୟସେବା ପାଇଁ ନିର୍ଭର କରିଥାଆନ୍ତି । ହେଲେ ଏହି ମେଡ଼ିକାଲର ବିଭିନ୍ନ ଅବ୍ୟବସ୍ତା ଦିନକୁ ଦିନ ବଢିବାରେ ଲାଗିଛି । ସାଧାରଣ ରୋଗୀଟିଏ ସର୍ବନିମ୍ନ ଚିକିତ୍ସା ପାଇବାରେ ବିଫଳ ହେଉଛନ୍ତି । ଉକ୍ତ ଡ଼ାକ୍ତରଖାନାର କିଛି ଚତୁର୍ଥଶ୍ରେଣୀ କର୍ମଚାରୀ ସାଂଗକୁ କିଛି କର୍ମଚାରୀ ରୋଗୀମାନଙ୍କୁ ବିଭିନ୍ନ ସମୟରେ ମଦ୍ୟପାନ କରି ଦୁର୍ବ୍ୟବହାର କରୁଛନ୍ତି । ଏପରିକି ଡ଼ାକ୍ତରଖାନା ପରିଚାଳନା ପାଇଁ ରୋଗୀକଲ୍ୟାଣ ସମିତିଥିଲେ ମଧ୍ୟ ଠିକ୍ ସମୟରେ ବୈଠକ ଡ଼କାନଯାଇ ସଭ୍ୟମାନଙ୍କ ଅଗଚୋରରେ ଅର୍ଥ ହଡ଼ପ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏପରିକି ଉକ୍ତ ଡ଼ାକ୍ତରଖାନାର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଦୀପକ କୁମାର ନାୟକଙ୍କ ପରିଚାଳନାଗତ ତୃଟି ଓ ମନମୁଖି କାର୍ଯ୍ୟକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରିଙ୍କ ବିରୁଦ୍ଧରେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଏଣୁ ଏ ଦୀଗରେ ବାରମ୍ବାର ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ସହ ଗତ କିଛି ଦିନ ତଳେ ଧାମନଗରର ଅଂଚଳର ସ୍ଥାନୀୟ ବୁଦ୍ଧିଜୀବି ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ନାୟକଙ୍କ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅର୍ଥନୈତିକ କ୍ଷମତା ହସ୍ତାନ୍ତର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କୁ ଅର୍ପଣ କରିଥିଲେ ଏବଂ ଅଭିଯୋଗକୁ ଭିତ୍ତିକରି ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପାତ୍ର, ସ୍ୱାସ୍ଥ୍ୟବିଭାଗର ପ୍ରକଳ୍ପ ସଂଯୋଜକ ନିଗମ ରଂଜନ ପାଢୀ, ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଅଭିଯୋଗର ତଦନ୍ତ କରିବା ସହିତ ଅଭିଯୋଗକାରୀଙ୍କ ଠାରୁ ଲିଖିତ ମତାମତ ଗ୍ରହଣ କରିଥିଲେ ।

ତଦନ୍ତ ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଳାପାଳଙ୍କୁ ପ୍ରଦାନ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ପାତ୍ରଙ୍କ ଠାରୁ ସୂଚନା ମିଳିଛି । ତେବେ ବିଗତ କିଛି ମାସ ହେବ କୋଭିଡ-୧୯ ଓ ବିଭିନ୍ନ ଉନ୍ନୟନ ମୂଳକ ଅର୍ଥ ହେରଫେର ସହ ନିଜ କର୍ତ୍ତବ୍ୟରେ ଅବହେଳା ଓ କାର୍ଯ୍ୟାଳୟ ମଧ୍ୟରେ ମଦ୍ୟପାନର ଆସର ଜମାଉଥିବା ନେଇ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ନାୟକଙ୍କ ବିରୁଦ୍ଧରେ ସହକାରୀ, ରୋଗୀ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେତୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବେଶ କିଛି ଦିନ ହେବ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ତେବେ ସମ୍ପୃକ୍ତ ଡ଼ାକ୍ତରଙ୍କ ବିରୁଦ୍ଧରେ ଯଦିଏପରି ଅଭିଯୋଗ ଆସୁଛି ଉପରିସ୍ତ ଅଧିକାରୀଙ୍କ ସହିତ ଆଲୋଚନା ପରେ ତାଙ୍କୁ ଏଠାରୁ ବଦଳି କରାଯାଇ ଜଣେ ଦକ୍ଷ ଡ଼ାକ୍ତରଙ୍କୁ ଏଠାରେ ନିଯୁକ୍ତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଯିବବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ପାତ୍ର କହିଥିଲେ । ଡ଼ାକ୍ତରଖାନାରେ କୌଣସି ପ୍ରକାର ଅବ୍ୟବସ୍ଥା ହେଉନାହିଁ । କିଛି କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ ବାଧା ଉପୁଜୁଥିବାରୁ ମୋ ବିରୁଦ୍ଧରେ ଏପରି ମନ୍ତବ୍ୟ ଦେଉଛନ୍ତି । ସମସ୍ତ ଅଭିଯୋଗ ଭିତ୍ତିହୀନ ତେବେ ସବୁପ୍ରକାର ତଦନ୍ତକୁ ମୁଁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛିବୋଲି ଡ଼ାକ୍ତର ଦୀପକ ନାୟକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.