ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଧାମନଗର ମହାବିଦ୍ୟାଳୟର ରାତ୍ରୀ ଯଗୁଆଳି ସ୍ୱର୍ଗତ ବାଇଧର ପ୍ରଧାନଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସଭାଗୃହ ପରିସରରେ ଅଧ୍ୟକ୍ଷ ଡ଼ଃ. ସମୀର କୁମାର ହୁଇଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ବାଇଧର ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ଏକ ଶୋକସଭା କରାଯାଇଥିଲା। ମହାବିଦ୍ୟାଳୟର ପ୍ରାଧ୍ୟାପକ ବିନାୟକ ସାହୁ, ପ୍ରକାଶଚନ୍ଦ୍ର ମହାପାତ୍ର, ଧିରେନ କୁମାର ରାଉତ, ସନ୍ଦୀପ କୁମାର ଘୋଷଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ପ୍ରଧାନଙ୍କ କର୍ତ୍ତବ୍ୟ, ନିଷ୍ଠାପର ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ସ୍ମୃତି ଚାରଣ କରିଥିଲେ। ଶେଷରେ ମହାବିଦ୍ୟାଳୟର ଷ୍ଟାପ ଏସୋସନ୍ ସେକ୍ରେଟେରି ତଥା ପ୍ରାଧ୍ୟପକ ଏମ୍ଡ଼ି ଇସରାଇଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।








