Home ଜିଲ୍ଲା ପରିକ୍ରମା ଧାମନଗର କଲେଜର ଓଡ଼ିଆ ବିଭାଗର ସମ୍ପାନ

ଧାମନଗର କଲେଜର ଓଡ଼ିଆ ବିଭାଗର ସମ୍ପାନ

113

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କାନ୍ତକବି ଲକ୍ଷ୍ମୀକାନ୍ତ ହିଁ ଆଶାବାଦର ପ୍ରଥମ ଭାଷ୍ୟକାର । ଜୀବନ ସଂଗୀତର ଝଙ୍କାରରେ ବିଷାଦରୁ ସାନ୍ତ୍ୱନା ଓ ମୃତ୍ୟୁର ଅମୃତର ସନ୍ଧାନ କରିଥିବା କାନ୍ତକବି ଲକ୍ଷ୍ମୀକାନ୍ତ ବାସ୍ତବରେ ଆମ ସୁଦୀର୍ଘ କାବ୍ୟ ପରମ୍ପରାରେ ଆଶାବାଦର ପ୍ରଥମ ଭାସ୍ୟକାର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ, ଗାଳ୍ପିକ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରାଧ୍ୟାପକ ଡ଼ଃ. ସମୀର କୁମାର ହୁଇ, ଅଧ୍ୟାପକ ଆଶିଷ ସ୍ୱାଇଁ ଯୋଗଦେଇ କବିଙ୍କ ସାରସ୍ୱତ କୃତି ଉପରେ ଆଲୋଚନା କରିଥିଲେ । ଅଧ୍ୟାପିକା ଆଦ୍ୟାରଶ୍ମି ମିଶ୍ର ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ବନମାଳି ଦାସ, ମନୋଜ କର, ସଜଲ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ରୀ ସ୍ୱର୍ଣ୍ଣଲତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.