Home ଜିଲ୍ଲା ପରିକ୍ରମା ଧାମନଗର କଲେଜରେ ୱାଇ ଆର ସି ତରଫରୁ ଜିଲ୍ଲା ସ୍ମରୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଧାମନଗର କଲେଜରେ ୱାଇ ଆର ସି ତରଫରୁ ଜିଲ୍ଲା ସ୍ମରୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

1

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ୟୁନିଟ ତରଫରୁ ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟ ରେ ମୁଖ୍ୟଅତିଥି ଭାବେ ଧାମନଗର ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ, ଚରମ୍ପା ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପିକା ସୁକାନ୍ତି ମହାପାତ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ ଯୋଗଦେଇ ୱାଇ ଆର. ସି.ର ମୂଳ ଉଦ୍ଦେଶ୍ୟ ଓ ସଚେତନ ବାର୍ତା ସମ୍ପର୍କରେ ଉପସ୍ଥିତ ସ୍ୱେଚ୍ଛାସେବୀଙ୍କୁ ଅବଗତ କରାଇଥିଲେ । ୱାଇ, ଆର. ସି.ର ମୁଖ୍ୟ ସଂଯୋଜକ ଅଧ୍ୟାପକ ଡ. ଦେବାଶିଷ ମଲ୍ଲିକ କାର୍ଯ୍ୟକ୍ରମର ବିଷୟ ଆଭିମୁଖ୍ୟ, ଅଧ୍‌ଯକ୍ଷ ଅଜୟ କୁମାର ବେଜ ସ୍ୱାଗତ ସମ୍ଭାଷଣ, ଅଧ୍ୟାପିକା ଶ୍ୱେତା ସାମିନି ଅତିଥିଙ୍କୁ ମଂଚ ଆମନ୍ତ୍ରଣ ପୂର୍ବକ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା କଲ୍ୟାଣୀ ଦାଶ ମଂଚ ସଂଚାଳନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଧାମନଗର ମହାବିଦ୍ୟାଳୟ ସମେତ ଆଠଟି ମହାବିଦ୍ୟାଳୟର ପ୍ରାୟ ୧୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଓ ଅଧ୍ୟାପକ-ଆଧ୍ୟାପିକା ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା, କୁଇଜ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଆଦି ବିବିଧ ପ୍ରତି ଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଦୁହେଁ ବିଚାରକ ଭାବେ ପ୍ରତିଯୋଗୀ ମାନଙ୍କର ଦକ୍ଷତା କୁ ମୂଲ୍ୟାଙ୍କନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ସ୍ୱେଚ୍ଛାସେବୀଙ୍କୁ ମାନପତ୍ର, ମେଡାଲ ଆଦି ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.