Home ଜିଲ୍ଲା ପରିକ୍ରମା ଧାମନଗର କଲେଜରେ ଖୋଲିବ ସେନା ତାଲିମ କେନ୍ଦ୍ର ,ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେବେ ଗ୍ରାମାଂଚଳ...

ଧାମନଗର କଲେଜରେ ଖୋଲିବ ସେନା ତାଲିମ କେନ୍ଦ୍ର ,ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେବେ ଗ୍ରାମାଂଚଳ ଯୁବକ

2

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଅଂଚଳର ଯୁବକ ଯୁବତୀମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛନ୍ତି କେନ୍ଦ୍ର ସରକାର। ଏଣିକି ସେନାରେ ଭର୍ତି ହୋଇ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିବା ଗ୍ରାମାଂଚଳର ପିଲାମାନଙ୍କୁ ନିଜ ଅଂଚଳରେ ହିଁ ମିଳିବ ଉପଯୁକ୍ତ ପ୍ରଶିକ୍ଷଣ। ଧାମନଗର କଲେଜ ପରିସରରେ ଭାରତୀୟ ସେନା ପକ୍ଷରୁ ଏକ ମିଲିଟାରୀ ଟ୍ରେନିଂ କ୍‌ଯାମ୍ପ ପ୍ରତିଷ୍ଠା କରାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।ବିଶେଷ କରି ‘ଅଗ୍ନିବୀର’ ଯୋଜନାରେ ନିଯୁକ୍ତି ପାଇବା ଉଦ୍ଦେଶ୍ୟରେ ଏଠାରେ ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଜଣ ଯୁବକଯୁବତୀଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯିବ। ମହାବିଦ୍ୟାଳୟ ପରିସରରେ ଥିବା ତଫସିଲଭୁକ୍ତ ଜାତି ଓ ଜନଜାତି ହଷ୍ଟେଲକୁ ଏହି ତାଲିମ କେନ୍ଦ୍ର ପାଇଁ ସ୍ଥାୟୀ ଭାବେ ବ୍ୟବହାର କରାଯିବାର ଯୋଜନା ରହିଛି।ବୁଧବାର ଦିନ ଭାରତୀୟ ସେନାର ଲେଫ୍ଟନାଂଟ କର୍ଣ୍ଣେଲ ସୁରେନ୍ଦ୍ର ସିଂହ ଓ ରବିନ ସିଂହ ମହାବିଦ୍ୟାଳୟ ପରିସର ଗସ୍ତ କରି ଭିତିଭୂମିର ଅନୁଧ୍ୟାନ କରିଛନ୍ତି। ତାଲିମ ପାଇଁ ଆବଶ୍ୟକ ହେଉଥିବା ଟ୍ରାକ ନିର୍ମାଣ ଓ କଲେଜ ପଡ଼ିଆର ଉପଯୋଗିତା ସମ୍ପର୍କରେ ସେମାନେ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେନା ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ପ୍ରଚେଷ୍ଟାରେ ଏହି ତାଲିମ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ସେନା ଅଧିକାରୀଙ୍କ ଗସ୍ତ ସମୟରେ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସ ରେ ଧାମନଗର କଲେଜ ତରଫରୁ ଏନସିସି ପିଲାଙ୍କ ଦ୍ୱାରା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.