Home ଜିଲ୍ଲା ପରିକ୍ରମା ଧାମନଗର: କଟ୍ଟସାହି ପଂଚାୟତର ରଘୁଙ୍କ ଲୋକ ପ୍ରିୟତାର ପୁର୍ଣ୍ଣଛେଦ ପାଇଁ ଚକ୍ରାନ୍ତ, ବିରୋଧି ଖୋଜୁଛି କ୍ଷିଅ

ଧାମନଗର: କଟ୍ଟସାହି ପଂଚାୟତର ରଘୁଙ୍କ ଲୋକ ପ୍ରିୟତାର ପୁର୍ଣ୍ଣଛେଦ ପାଇଁ ଚକ୍ରାନ୍ତ, ବିରୋଧି ଖୋଜୁଛି କ୍ଷିଅ

53

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉ କିଛିମାସ ପରେ ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏକ ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହୋଇଗଲେଣି । ଧାମନଗର ବ୍ଲକର ରାଜନୈତିକ ସାଂଗଠନିକ କାର୍ଯ୍ୟକ୍ରମରେ ବିଜେଡ଼ି ଆଗରେ ଥିବାବେଳେ ବିଜେପି ଓ କଂଗ୍ରେସ ପଡ଼ିଯାଇଛି । ତେବେ ଧାମନଗର ବ୍ଲକର କଟସାହି ପଂଚାୟତର ଏବେ ରାଜନୈତିକ ବାତାବରଣ ଜମିବାରେ ଲାଗିଛି । ନିକଟରେ କଟସାହି ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେଡ଼ିନେତା ରଘୁନାଥ ଲେଙ୍କାଙ୍କ ରାଜନୈତିକ ସଂଗଠନକକୁ ଦୁର୍ବଳ କରିବାପାଇଁ ତାଙ୍କ ନାମରେ ବିଜେଡ଼ିର ସୁପ୍ରିମୋ ତଥା ରାଜ୍ୟ ସଭାପତି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଫେକ ଆଇଡ଼ିରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ସାମାଜିକ ଗଣମାଧ୍ୟମରେ ଘରିବୁଲିଥିଲା । ଏହାକୁ ନେଇ ସମଗ୍ର ଭଦ୍ରକ ଜିଲ୍ଳାରେ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଥିଲା । ପରେ ରାଜ୍ୟ କାର୍ଯ୍ୟାଳୟରୁ ଏହା ଏକ ଗୁଜବ ବୋଲି ମଧ୍ୟ ଷ୍ପଷ୍ଟିକରଣ ଆସିବାପରେ ଯେଉଁମାନେ ରଘୁଙ୍କ ବିରୋଧରେ ଚକ୍ରାନ୍ତ ଚଳାଇଥିଲେ ତାହା ଫସର ଫାଟିଯାଇଛି । ପ୍ରକାଶ ଥାଉକି କଟ୍ଟସାହି ପଂଚାୟତ ଭୌଗଳିକ ସ୍ଥିତିରେ ବ୍ଲକର ଶେଷ ସୀମାରେ ଅବସ୍ଥିତ । ଏହି ପଂଚାୟତର ପ୍ରାୟ ୧୦ହଜାର ଲୋକ ସଂଖ୍ୟା ଥିବାବେଳେ ୬ହଜାର ୫ଶହ ଭୋଟର ଅଛନ୍ତି । ଏହି ପଂଚାୟତର ପ୍ରାୟ ୭୦ଭାଗ ଚାଷୀ ଚାଷ ଉପରେ ନିର୍ଭର କରିଥାନ୍ତି । ଏହି ଚାଷୀ ଓ ଗରିବ ଖଟିଖିଆ ଲୋକମାନେ ରଘୁନାଥ ଲେଙ୍କାଙ୍କୁ ବିଭିନ୍ନ ସମୟରେ ସମର୍ଥନ କରିଆସି ଥାନ୍ତି । ୧୯୮୫ ମସିହାରୁ ଲଗାତାର ଭାବେ ଉକ୍ତ ପଂଚାୟତରେ ୮ଥର ସରପଂଚ, ଥରେ ସମିତିସଭ୍ୟ ଓ ଏବେ ତାଙ୍କ ବହୁ ଅଞ୍ଜନା ଲେଙ୍କା ସରପଂଚ ରହି ପଂଚାୟତର ସେବା କରିଆସୁଛନ୍ତି । ଶ୍ରୀ ଲେଙ୍କା ମଧ୍ୟ ବିଜୁ ଜନତାଦଳର ବ୍ଲକ ସଭାପତି ରହି ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ରହି ଦଳକୁ ସୁଦୃଢ କରିଆସୁଥିଲେ । ଶ୍ରୀ ଲେଙ୍କା ମଧ୍ୟ ଭଦ୍ରକ- ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି, ସହୀଦ ସୁରକ୍ଷା କମିଟିର ୩୦ବର୍ଷ ଧରି ଉପସଭାପତି ରହି ବେଶ ଲୋକପ୍ରିୟତା ଅର୍ଜ୍ଜନ କରିଥିବାବେଳେ ଏବେ ତାଙ୍କର ଆଗାମୀ ପଂଚାୟତ ନିର୍ବାଚନରେ ପ୍ରମୁଖ ଗୁରୁତ୍ୱ ପୁର୍ଣ୍ଣ ଭୂମିକାକୁ ନେଇ ବେଶ ଚର୍ଚ୍ଚା ଚାଳିଛି । ତେବେ ରାଜନୈତିକ ବାତାବରଣ ମଧ୍ୟରେ ଫାଇଦା ନେବାପାଇଁ ଉକ୍ତ ପଂଚାୟତର ବିଜେପି ଓ କଂଗ୍ରେସ କ୍ଷିଅ ଖୋଜୁଥିବାବେଳେ ଶ୍ରୀ ଲେଙ୍କାଙ୍କ ସମେତ ତାଙ୍କର ବହୁ ତଥା ସରପଂଚ ଅଞ୍ଜନା ଲେଙ୍କା ସମେତ ପଂଚାୟତର ବିଜେଡ଼ି କର୍ମୀମାନେ ଆଗାମୀ ନିର୍ବାଚନରେ ପୁଣି ବିଜେଡ଼ି ହାତରେ ରଖିବାପାଇଁ ଉଦ୍ୟମ ଓ ରାଜନୈତିକ ପ୍ରଚାରରେ ଲାଗିପଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.