Home ଜିଲ୍ଲା ପରିକ୍ରମା ଧାମନଗର ଓକିଲ ସଂଘର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ,”ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା...

ଧାମନଗର ଓକିଲ ସଂଘର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ,”ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ଆମର ପରମ କର୍ତବ୍ୟ’

3
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଓକିଲ ସଂଘ ପରିସରରେ ଶନିବାର ଦିନ ସଂଘର ଏକାଦଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଓ ନ୍ୟାୟପାଳିକାର ସମନ୍ୱୟରେ କିଭଳି ଜଣେ ସାଧାରଣ ବ୍ୟକ୍ତି ନ୍ୟାୟ ପାଇପାରିବ, ସେ ନେଇ ଏହି ସାରସ୍ୱତ ସମାରୋହରେ ଗଭୀର ଆଲୋକପାତ କରାଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତି ବିରଜା ପ୍ରସନ୍ନ ଶତପଥୀ ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, “ନ୍ୟାୟାଳୟ ହେଉଛି ଜନସାଧାରଣଙ୍କ ଭରସାର ସ୍ଥଳ ଏବଂ ସେହି ଭରସାକୁ ବଜାୟ ରଖିବା ପ୍ରତ୍ୟେକ ଆଇନଜୀବୀଙ୍କ ଦାୟିତ୍ୱ। ମୁଖ୍ୟ ବକ୍ତା ଉଚ୍ଚ ନ୍ୟାୟାଳୟର ସରକାରୀ ଓକିଲ ପାର୍ଥ ସାରଥୀ ନାୟକ ଯୋଗଦେଇ ଆଇନର ବିଭିନ୍ନ ଦିଗ ଓ ସାମାଜିକ ସେବାରେ ଓକିଲମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭଦ୍ରକ ଜିଲ୍ଲା କୋର୍ଟର ବିଚାରପତି ପ୍ରଭାତ କୁମାର ରାଜଗୁରୁ ଏବଂ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏମ.ଡି. ଗୋଲାମ ମଦନି ଏବଂ ଦୁର୍ଗା ପ୍ରସନ୍ନ ରାୟ ମହାପାତ୍ରଙ୍କୁ ସେମାନଙ୍କର ଅତୁଳନୀୟ ସେବା ପାଇଁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଂଘର ସଭାପତି ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ରଞ୍ଜିତ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରି ସଂଘର ସଫଳତା ଓ ଭବିଷ୍ୟତ ଯୋଜନା ବିଷୟରେ ଅବଗତ କରାଇଥିଲେ। ସମଗ୍ର ସଭାକୁ ଆଇନଜୀବୀ ଅମରେନ୍ଦ୍ର ମହାନ୍ତି ସଭା ସଂଚାଳନ କରିଥିବା ବେଳେ ଶେଷରେ ବିଷ୍ଣୁ ମୋହନ ପତି ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟା ରେ କୋର୍ଟ ସମ୍ମୁଖ ରେ ସାଧାରଣ ସଭାରେ ମୁଖ୍ୟ ଅତିଥି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ମୁଖ୍ୟ ବକ୍ତା ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ,ସମ୍ମାନିତ ଅତିଥି ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ଧାମନଗର ଏନ ଏ ସି ର ଅଧ୍ୟକ୍ଷା ନିବେଦିତା ଜେନା, ଆଇନି ଯିବି ରାଜୀବ ମହାନ୍ତି,ବିଭୁ ପ୍ରସାଦ ତ୍ରିପାଠୀ, ଡ଼ାକ୍ତର ମନୋଜ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.