Home ଜିଲ୍ଲା ପରିକ୍ରମା ଧାମନଗର ଏନଏସି ଅଂଚଳରେ ବାଦ୍ ପଡିଥିବା ସଫେଇ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଦାବିକଲେ ପାରିଷଦ

ଧାମନଗର ଏନଏସି ଅଂଚଳରେ ବାଦ୍ ପଡିଥିବା ସଫେଇ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଦାବିକଲେ ପାରିଷଦ

14

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଏନଏସି ଅଧୀନରେ ଥିବା ୫୧ ଜଣ ସଫେଇ କର୍ମଚାରୀ ଚୁକ୍ତି ଅନୁଯାୟୀ ଠିକା ସଂସ୍ଥା ବଦଳିବା ପରେ ନୂତନ ଠିକାଦାର ପ୍ରତ୍ୟୁଷ ସାନିଟେସନ ଗତ ୧ ତାରିଖରୁ ସଫେଇ ଦାୟିତ୍ୱ ନିର୍ବାହ କରୁଥିବାବେଳେ କିଛି ପୁରୁଣା କର୍ମଚାରୀଙ୍କୁ ବାହାର କରିଦେଇଥିବାର ଅଭିଯୋଗ ହୋଇଛି । ଏହି କାର୍ଯ୍ୟରେ ବହୁ କର୍ମଚାରୀଙ୍କ ନିଯୁକ୍ତିର ଆବଶ୍ୟକତା ଥିବାରୁ ଧାମନଗର ଏନଏସିର ପାରିଷଦ ବର୍ଗ ଛଟେଇ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଦାବି କରିଥିଲେ । ସେମାନଙ୍କ ଦାବିକୁ ବିଚାରକୁ ନେଇ ସଫେଇ କର୍ମଚାରୀ ନିଯୁକ୍ତି କରିବା ବିଧେୟ ହୋଇଥିବାବେଳେ ଟେଣ୍ଡର ପାଇଥିବା ପ୍ରତ୍ୟୁଷ ସାନିଟେସନ ଏଥିରେ ବ୍ୟତିକ୍ରମ କରିଛି । ଅଦ୍ୟାବଧି ପାରିଷଦ ବର୍ଗଙ୍କ ସହ ସଫେଇ କର୍ମଚାରୀଙ୍କ ନିଯୁକ୍ତି ବାବଦରେ କୌଣସି ବିଧିବଦ୍ଧ ଆଲୋଚନା କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏଥିନେଇ ଆଜି ଧାମନଗର ଏନଏସିର ପାରିଷଦ ବର୍ଗମାନେ ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି ୭ ଦିନ ମଧ୍ୟରେ ସଫେଇ ଟେଣ୍ଡର ପାଇଥିବା ପ୍ରତ୍ୟୁଷ ସାନିଟେସନ ସେମାନଙ୍କ ସହ ଆଲୋଚନା କରି କର୍ମଚାରୀ ନିଯୁକ୍ତି ନକଲେ କାର୍ଯ୍ୟାଳୟ ଠାରେ ଧାରଣାରେ ବସିବାର ଚେତାବନୀ ଦେଇଛନ୍ତି । ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ସେମାନଙ୍କ ଦାବି ମୂଳେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି କହିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.