Home ଜିଲ୍ଲା ପରିକ୍ରମା ଧାମନଗର ଉପ ନିବନ୍ଧକ ଅଧିକାରି ବିଳମ୍ବରେ ଆସିବାରୁ ସରକାରୀ ଦଳର କର୍ମୀ ଅଫିସରେ ତାଲା ପକାଇ...

ଧାମନଗର ଉପ ନିବନ୍ଧକ ଅଧିକାରି ବିଳମ୍ବରେ ଆସିବାରୁ ସରକାରୀ ଦଳର କର୍ମୀ ଅଫିସରେ ତାଲା ପକାଇ ପ୍ରତିବାଦ କଲେ

14

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଉପ ନିବନ୍ଧକ ଅଧିକାରୀ ସତ୍ୟାନନ୍ଦ ପାତ୍ର ବିଳମ୍ବରେ ଅଫିସ ଆସିବାରୁ ସ୍ଥାନୀୟ ସରକାରୀ ଦଳ ର କର୍ମୀ କାର୍ଯ୍ୟାଳୟରେ ତାଲା ପକାଇବା ସହ ଅଧିକାରୀଙ୍କୁ ଅଫିସ ଭିତରକୁ ଛାଡି ନଥିଲେ। ଦୀର୍ଘଦିନ ହେବ ଧାମନଗର ଉପ ନିବନ୍ଧକ ଶ୍ରୀ ପାତ୍ର ବାହାରେ ଠିଆ ହେବାକୁ ପଡିଥିଲା । ପ୍ରକାଶ ଥାଉକି ଗୁରୁବାର ସକାଳ ୭ ଟା ସମୟରେ ସ୍ଲଟ ବୁକିଂ ଥିବା ବେଳେ ଅଧିକାରି ଶ୍ରୀ ପାତ୍ର କାର୍ଯ୍ୟାଳୟ ରେ ପହଂଚି ନଥିଲେ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଏନ ଏ ସି ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦ ପ୍ରତିନିଧି ସରୋଜ କୁମାର ମହାପାତ୍ର ,ବିଜେପି ଜିଲ୍ଲା ସଂପାଦକ ମନୋଜ କୁମାର ମଲ୍ଲିକ, ବିଜେପି ନେତା ବିଜୟ କୁମାର ରାମ,ନାରାୟଣ ଚନ୍ଦ୍ର ରାଉତ ସମେତ ୫୦ ରୁ ଉର୍ଦ୍ଧ ଯୁବକ ସେଠାରେ ପହଂଚି ଅଫିସ ରେ ତାଲା ପକାଇ ପ୍ରତିବାଦ କରିଥିଲେ।ଏହି ଅବସର ରେ ଶ୍ରୀ ପାତ୍ର ସକାଳ ୮ ଟା ୩୦ ରେ ଅଫିସ ରେ ପହଂଚି ଥିଲେ। ବିଳମ୍ୱ ର କାରଣ ପଚାରିବାରୁ ଶ୍ରୀ ପାତ୍ର କହିଥିଲେ ମୋ ମା ଙ୍କ ଦେହ ଖରାପ ଥିଲା ଟିକିଏ ତାଙ୍କ ଚିକିତ୍ସା କରି ଆସିଲି ।କିନ୍ତୁ ଉପସ୍ଥିତ ଲୋକ ମାନେ ମାନିବାକୁ ନାରାଜ ଥିଲେ । କିଛି ସମୟ ପାଇଁ କାର୍ଯ୍ୟାଳୟ ପରିସର ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ପରେ ଅଫିସ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ସୁଚନା ଥାଉକି ଧାମନଗର ଓ ଧୁସୁରୀ ଦୁଇଟି କାର୍ଯ୍ୟାଳୟ ରେ ଜଣେ ଅଧିକାରୀ ଦାୟିତ୍ୱ ରେ ରହିବାରୁ ଏପରି ବାରମ୍ବାର ଲୋକ ମାନେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.