Home ଜିଲ୍ଲା ପରିକ୍ରମା ଧାମନଗର ଉତ୍କଳ ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ ଓ ମିର୍ଶଣ ପର୍ବ ଅନୁଷ୍ଠିତ

ଧାମନଗର ଉତ୍କଳ ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ ଓ ମିର୍ଶଣ ପର୍ବ ଅନୁଷ୍ଠିତ

24

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ନବବର୍ଷର ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ର୍ୱିବାର ସଂନ୍ଧ୍ୟାରେ ଧାମନଗର ସ୍ଥିତ ଜଳସେଚନ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସଂଘର ବରିଷ୍ଠ ସଦସ୍ୟ ସେକ ଜାଫର ଅଲ୍ଲୀଙ୍କ ପ୍ରସ୍ତାବ ଓ ସଂପାଦକ ବିବେକାନନ୍ଦ ପଣ୍ଡାଙ୍କ ସମର୍ଥନ କ୍ରମେ ଜିଲ୍ଲା ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଅପୂର୍ବ ରଞ୍ଜନ ବେହେରା, ଧାମନଗର ଉତ୍କଳ ସାମ୍ୱାଦିକ ସଂଘର ସଭାପତି ସୁଶାନ୍ତ କୁମାର ରାଉତ, ସଂପାଦକ ବିବେକାନନ୍ଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଜାଫର ଅଲ୍ଲୀ, ସନ୍ତୋଷ କୁମାର ଦାସ, ଦିପ୍ତିରଞ୍ଜନ ନାୟକ, ସଂଜୀବ ନାୟକ, ଜଗନ୍ନାଥ ବେହେରା, ରତିକାନ୍ତ ନାୟକ, ପ୍ରଶାନ୍ତ ଦ୍ୱିବେଦୀ, ଦୁର୍ଗାପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସଂଘର ସଦସ୍ୟମାନଙ୍କୁ ପ୍ରଥମେ ନବ ବର୍ଷର ଅଭିନନ୍ଦନ ଜଣାଇବା ସହିତ ସଂଘର ସାଙ୍ଗଠନିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।ଆଗାମୀ ଦିନରେ ସଂଘକୁ କିପରି ଧାମନଗରେ ସୁଦଢ କରାଯାଇପାରିବ ତାହା ଉପରେ ଉପସ୍ଥିତ ସଭ୍ୟମାନଙ୍କଠାରୁ ବହୁ ଉପାଦେୟ ମତାମତ ନେବା ସହିତ ନିଷ୍ପତି ନିଆଯାଇଥିଲା। ଯେଉଁ ସଭ୍ୟମାନେ ସଂଘରେ ରହି ସଂଘ ବିରୋଧୀ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଯଥାଶୀଘ୍ର ସଂଘରୁ ବହିଷ୍କତ କରାଯିବା ସହିତ ସାମ୍ୱାଦିକତ ବୃତିରେ ଥିବା ସାମ୍ୱାଦିକମାନଙ୍କୁ ନୁତନ ସଦସ୍ୟ ଭାବରେ ସଂଘରେ ଜଡିତ କରାଯିବାର ନିଷ୍ପତି ନିଆଯାଇଥିଲା। ଏହି ନିଷ୍ପତି କ୍ରମେ ରାଜ୍ୟ,ଜିଲ୍ଲା ଓ ବ୍ଲକ କର୍ମକର୍ତା ଉପସ୍ଥିତିରେ ଧାମନଗର ଉତ୍କଳ ସାମ୍ୱାଦିକ ସଂଘର କିଛି ସଦସ୍ୟ ଯଥା ଅନିଲ ବାରିକ, ସୁଧାକର ଦାଶ, ସରୋଜ ସେଠି, ଗୌରାଙ୍ଗ ଦାଶ, କୈଳାଶ ଗୁପ୍ତା, ସନ୍ତୋଷ ମହାପାତ୍ର, ଅଭିମନ୍ୟୁ ମଲ୍ଲିକ, କୁଳମଣି ବେହେରା ସଂଘରେ ରହି ଅନ୍ୟ ଏକ ସଙ୍ଗଠନରେ ମିଶିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।ତେଣୁ ଏଭଳି ସଂଘ ବିରୋଧୀ କାର୍ଯ୍ୟ ପାଇଁ ଉତ୍କଳ ସାମ୍ୱାଦିକ ସଂଘ ଧାମନଗର ବ୍ଲକରୁ ବିଧିବଦ୍ଧ ଭାବରେ ବହିଷ୍କୂତ କରାଗଲା। ସେହିପରି ଧାମନଗର ବ୍ଲକର ଅସୁରାଳି, ଧୁଷୁରୀ, ଧାମନଗର ଅଂଚଳରେ ବିଭିନ୍ନ ଖବର କାଗଜରେ କାର୍ଯ୍ୟରତ ସାମ୍ୱାଦିକ ବନ୍ଧୁମାନେ ଉତ୍କଳ ସାମ୍ୱାଦିକ ସଂଘର ରାଜ୍ୟ, ଜିଲ୍ଲା ଓ ବ୍ଲକରେ ଦିୟିତ୍ୱରେ ଥିବା ବଳିଷ୍ଠ ନେତୃତ୍ୱ ଓ ସଂଘର ନୀତି, ଆଦର୍ଶ ଉପରେ ଆସ୍ଥା ପ୍ରକଟ କରି ଆଜିର ସାଙ୍ଗଠନିକ ବୈଠକରେ ୧୫ରୁ ଅଧିକ ସାମ୍ୱାଦିକ ଯଥା ସନ୍ତୋଷ ସାହୁ, ମାନସ କୁମାର ପରିଡା, ଶ୍ରୀକାନ୍ତ ସାହୁ, ରଜତ ଲେଙ୍କା, କାଦମ୍ୱରୀ ଖଟୁଆ, ସିଦାର୍ଥ ଶଙ୍କର ମିଶ୍ର, ରଞ୍ଜିତ କୁମାର ଜେନା, ରଞ୍ଜନ କୁମାର ମଲିକ,ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବିଶ୍ୱାଳ, କାଳନ୍ଦୀ ବେହେରା, ପ୍ରଭାକର ବାରିକ, କୁମାରେଶ ଖିଲାର, ମାନସ ରଞ୍ଜନ ମହାପାତ୍ର, ଦେବେନ୍ଦ୍ର ବେହେରା ପ୍ରମୁଖଙ୍କୁ ନୂତନ ସଭ୍ୟ ଭାବରେ ନିଆଯାଇଛି।ନୂତନ ସଭ୍ୟମାନଙ୍କୁ ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ ଦ୍ୱାରା ପୁଷ୍ପଗୁଛ ଓ ଉତରୀୟ ଦିଆଯାଇ ସେମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଆସନ୍ତା ମାସ ଧୁଷୁରି ଠାରେ ଏକ ପ୍ରସ୍ତୁତି ବୈଠକ ଡକାଯିବା ସହିତ ଏକ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ପାଇଁ ନିଷ୍ପତି ନିଆଯିବାର କାର୍ଯ୍ୟକ୍ରମ ରଖାଯାଇଛି।ଉକ୍ତ ବୈଠକ ରେ ପ୍ରାୟ ୪୦ରୁ ଅଧିକ ସାମ୍ବାଦିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.