Home ଜିଲ୍ଲା ପରିକ୍ରମା ଧାମନଗର: ଉଠାଜଳସେଚନ ପ୍ରକଳ୍ପ ଥାଇବି କାମରେ ଲାଗୁନି, ୧୫ ଏକର ଚାଷ ଜମି ଫାଟିଲାଣି

ଧାମନଗର: ଉଠାଜଳସେଚନ ପ୍ରକଳ୍ପ ଥାଇବି କାମରେ ଲାଗୁନି, ୧୫ ଏକର ଚାଷ ଜମି ଫାଟିଲାଣି

5

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାର କୃଷି ଓ କୃଷକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଚାଷୀ ଉନ୍ନତ ଧରଣର ଚାଷ କରିବା ପାଇଁ ସେମାନଙ୍କୁ ଜଳସେଚନ ସୁବିଧା କରାଇବା ପାଇଁ ଉଠା ଜଳସେଚନ ବ୍ୟବସ୍ଥା କରାଉଥିଲେ ବି ଅଧିକାଂଶ ସ୍ଥାନରେ ଏହି ସୁବିଧା କେବଳ କାଗଜ କଲମରେ ଚାଲିଛି। । ପ୍ରକାଶ ଥାଉକି ଧାମନଗର ବ୍ଲକରେ ପ୍ରାୟ ୩ ଶହ ଉଠାଜଳସେଚନ ପମ୍ପ ରହିଥିବା ବେଳେ କେତେକ ସ୍ଥାନରେ ପୁରୁଣା ପମ୍ପ ଅଚଳ ହୋଇଥିବା ବେଳେ କେତେକ ସ୍ଥାନରେ ନୂଆ ପମ୍ପ ନିର୍ମାଣ ହୋଇ ଥିଲେବି ତାହା। ଅଚଳ ହୋଇ ଥିବାରୁ ଚାଷୀଙ୍କ କୌଣସି ଲାଭ ହେଉନାହିଁ। ନଦୀ ପୋଖରୀର ଜଳ ଶୁଖି ଗଲାପରେ ଚାଷୀମାନେ ସେମାନଙ୍କ ଚାଷକାମ ପାଇଁ ଉଠା ଜଳସେଚନ ଉପରେ ନିର୍ଭର କରୁଥିବା ବେଳେ ଅଚଳ ପମ୍ପ ହାଉସ୍ ଯୋଗୁଁ ଚାଷୀମାନେ ଚିନ୍ତା ରେ ପଡିଛନ୍ତି। ସୁଚନା ଥାଉକି ଧାମନଗର ବ୍ଲକ ର ସୋହଡା ପଂଚାୟତ ର ପିତେଇପୁର ଠାରେ ଥିବା ଗୋଷ୍ଟି ଉଠା ଜଳସେଚନ ପ୍ରକଳ୍ପ ନିକଟରେ ୧୮ ଲକ୍ଷ ୪୪ ହଜାର ଟଙ୍କା ବେୟ ରେ କାର୍ଯ୍ୟ କରାଯାଇ ଥିବା ବେଳେ ତାହା ଏବେ ଅଚଳ ହୋଇପଡିଛି। ଉକ୍ତ ଲିପ୍ଟ କାର୍ଯ୍ୟ ସରିବା ପରେ ପିତେଇପୁର ଓ ପାଖ ଅଞ୍ଚଳ ର ଚାଷୀ ମାନେ ପାଖା ପାଖି ୧୫ ଏକର ଚାଷ ଜମିରେ ଚାଷ କରିଥିଲେ ବର୍ଷା ଅଭାବରୁ ଚାଷଜମି ଫାଟି ଗଲାଣି। ଲିଫ୍ଟ କୁ ପାଣି ପଂଚାୟତ ପକ୍ଷରୁ ଚଳାଇବା ବେଳେ ପାଣି ବାହାରି ନଥିଲା।ଫଳରେ ଚାଷୀ ଙ୍କ ମୁଣ୍ଡରେ ଚିନ୍ତା ବଡ଼ି ଯାଇଛି। ଏପଟେ ପଏଂଟ ଅଚଳ କୁ ସେପଟେ ବର୍ଷର ଲୁଚକାଳୀ ରେ ଚାଷୀ ମୁଣ୍ଡ ରେ ହାତ ଦେଇଛନ୍ତି।ତେବେ ଆଜି ଉକ୍ତ ଅଂଚଳ ର ଚାଷୀ ମାନେ ବିଭାଗୀୟ ଅଧିକାରି ଙ୍କୁ ଜଣାଇଥିଲେ । ଏ ଦିଗରେ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗା ଯୋଗ କରାଯାଇ ଥିଲା । ଉକ୍ତ ଲିଫ୍ଟ କାମ ସରିବା ପରେ ମା ଥାନପତି ପାଣି ପଂଚାୟତ କୁ ପରିଚାଳନା ପାଇଁ ଦାଇତ୍ୱ ଦିଆଯାଇଛି। ଯାନ୍ତ୍ରିକ ତୃଟି ଥିଲେ ସେମାନେ ବିଭାଗ କୁ ସୁଚନା ଦେଇ ଥିଲେ ବିଭାଗ ପକ୍ଷରୁ ମରାମତି କରା ଯାଇ ଥାଆନ୍ତା।ତେବେ ଆଜି ଆମେ ଅଭି ଯୋଗ ପାଇଚୁ ଦୁଇଦିନ ମଧ୍ୟରେ ସମସ୍ୟା ର ସମାଧାନ କରାଯିବ ବୋଲି ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.