Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳର ପୁରପଲ୍ଲୀରେ ୭୯ ତମ ସ୍ୱାଧିନତା ଦିବସ ପାଳିତ

ଧାମନଗର ଅଂଚଳର ପୁରପଲ୍ଲୀରେ ୭୯ ତମ ସ୍ୱାଧିନତା ଦିବସ ପାଳିତ

7

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ର ପୁରପଲ୍ଲୀ ରେ ୭୯ ତମ ସ୍ୱାଧିନତା ଦିବସ ଧୁମ ଧାମ ରେ ପାଳିତ ହୋଇଛି ।ବିଭିନ୍ନ ସରକାରି ଓ ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ସ୍ୱାଧିନତା ଦିବସ ରେ ଜାତୀୟ ପତାକା ଉତୋଳନ କରା ଯାଇଥିଲା।ଧାମନଗର ପଂଚାୟତ ସମିତି ରେ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ଧାମନଗର ଏନ ଏ ସି ରେ ଅଧ୍ୟକ୍ଷା ନିବେଦିତା ଜେନା,ଧାମନଗର ତହସିଲ ରେ ତହସିଲଦାର ଲୋକନାଥ ସେଠୀ,ଧାମନଗର ଥାନା ରେ ଥାନା ଅଧିକାରି ଗୋପାଳ ଜେନା, ଏସ ଡି ପି ଓ ଅଫିସ ରେ ତ୍ରିଲୋଚନ ସେଠୀ ,ଧାମନଗର ମହାବିଦ୍ୟାଳୟ ରେ ଅଧକ୍ଷ ଅଜୟ କୁମାର ବେଜ ପତାକା ଉତୋଳନ କରିଥିଲେ ।ଧାମନଗର ପ୍ରେସ କ୍ଲବ ରେ ସଭାପତି କିଶାନ କୁମାର ରାଉତ ପତାକା ଉତୋଳନ କରିଥିବା ବେଳେ ସମ୍ପାଦକ ଙ୍କ ନେତୃତ୍ୱ ରେ ପ୍ରେସ କ୍ଲବ ପରିସର ରେ ଚାରା ରୋପଣ କରା ଯାଇଥିଲା,ସେହିପରି ଧାମନଗର ମହତାବ ସେବା ସଦନ ପରିସର ରେ ପରିଚାଳକ ବାସୁଦେବ ତ୍ରୀପାଠୀ, ନିତ୍ୟାନନ୍ଦ ପାଠାଗାର ରେ ପରିଚାଳକ ରସାନନ୍ଦ ମହାପାତ୍ର,ଧାମନଗର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ରେ ରମେଶ ବେହେରା ପତାକା ଉତୋଳନ କରିଥିଲେ।ଧାମନଗର ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ସଭାପତି ଦେବାଶିଷ ସାମଲ ପତାକା ଉତୋଳନ କରିଥିବା ବେଳେ ସମ୍ପାଦକ ପ୍ରଦୀପ ମହାପାତ୍ର ନେତୃତ୍ୱ ରେ ନାରୀ ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତିବାସ ତ୍ରୀପାଠୀ,ପ୍ରଭାତ ସାମଲ,ପ୍ରିୟ ରଂଜନ ସାମଲ, ଜ୍ଞାନ ରଞ୍ଜନ କର, ପ୍ରମୋଦ ନାୟକ,ହୃଦାନନ୍ଦ କର,ରଞ୍ଜିତ ମହାନ୍ତି,ପ୍ରଶାନ୍ତ ରାଉତ,ପ୍ରଶାନ୍ତ ସାହୁ, ପ୍ରଦୀପ ଆନ୍ଦିଆ,ମାନସ ପଣ୍ଡା ପ୍ରମୁଖ ଆଲୋଚନା କରିଥିଲେ ,ସେହିପରି ବୈଦିକ ସତ୍ ସଙ୍ଗ ସମିତି ରେ ସ୍ୱାମୀ ଆତ୍ମା ନନ୍ଦ ସରସ୍ୱତୀ ପତାକା ଉତୋଳନ କରିଥିବା ବେଳେ କମଳା କାନ୍ତ ଦାସ, କରୁଣା କର ସାହୁ, ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.