Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ବିଭିନ୍ନ ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଧାମନଗର ଅଂଚଳରେ ବିଭିନ୍ନ ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

2

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ର ବିଭିନ୍ନ ମୁଖ୍ୟ ଓ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥା ରେ ରହିଛି ଜନସାଧାରଣ ଯାତାୟାତ ରେ ଘୋଇ ଅସୁବିଧା ଦେଖା ଦେଉଛି। ଏ ନେଇ ବିଭିନ୍ନ ସମୟରେ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ବିଭାଗର ନିଦ ଭାଙ୍ଗିଛି।ଶନିବାର ଦିନ ଭଦ୍ରକ ଆର-ଏଣ୍ଡ-ବି ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ,ସହକାରୀ ଯନ୍ତ୍ରୀ ଶ୍ରୀନିବାସ ମଲିକ,ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ପ୍ରମୁଖ ଧାମନଗର ଅଂଚଳରେ ପହଂଚି ବିଭିନ୍ନ ରାସ୍ତା ଦେଖିଛନ୍ତି।ଧାମନଗର ଛକ ଠାରୁ ଧାମନଗର ବଜାର, ଧାମନଗର ଠାରୁ ଫଳପୁର, ବେଦପୁର ଠାରୁ ଭଗତପୁର ପର୍ଯ୍ୟନ୍ତ ଏବଂ ଧାମନଗର ଠାରୁ କୋଠାର ରାସ୍ତା ଗୁଡ଼ିକର ସ୍ଥିତି ଦେଖିଥିଲେ। ଏହି ରାସ୍ତା ଖରାପ ଥିବାରୁ ଲୋକଙ୍କ ଯାତାୟାତ ଘୋର ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୀଘ୍ର ରାସ୍ତା ସୁଧାର ଓ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ଏହି ତତ୍ପର ପଦକ୍ଷେପକୁ ନେଇ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି। ଏହା ସହ ଧାମନଗର ବିଜୁ ପଟ୍ଟନାୟକ ଛକରେ ଏକ ମାଛ ମାର୍କେଟ ନିର୍ମାଣ ସମ୍ପର୍କରେ ମଧ୍ୟ ସ୍ଥଳ ପରୀଦର୍ଶନ କରାଯାଇଥିଲା। ସେହିପରି ଧାମନଗର ସବ୍‌-ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମରାମତି କାର୍ଯ୍ୟକୁ ନେଇ ମଧ୍ୟ ତଦାରକ କରାଯାଇଥିଲା। ଏହାର ସ୍ଥାୟୀ ସମାଧାନ ପାଇଁ ଏଷ୍ଟିମେଟ୍ ପ୍ରସ୍ତୁତ କରାଯାଇ ଟେଣ୍ଡର ପ୍ରକ୍ରିୟା ପରେ କାର୍ଯ୍ୟ ହେବ।ତେବେ ତୁରନ୍ତ ଏଷ୍ଟିମେଂଟ ପୂର୍ବରୁ ରାସ୍ତା ରେ ବଡ ବଡ ଗର୍ତ କୁ ପୋତି ବାକୁ ସରପଂଚ ପ୍ରିତମ ଦାସ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.