
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅଂଚଳ ରେ କିଛିଦିନ ହେବ ବିଭିନ୍ନ ଦେବା ଦେବୀ ମନ୍ଦିର ରୁ ଠାକୁର ଙ୍କ ପୂଜା ସାମଗ୍ରୀ ଓ ଅଳଙ୍କାର ଚୋରି ଅହରହ ହେଉଛି।ବିଭିନ୍ନ ସମୟରେ ପୋଲିସ ପକ୍ଷ ରୁ ସନ୍ଧାନି କୁକୁର ନେଇ ତଦନ୍ତ କରି ଫେରି ଆସନ୍ତି କୌଣସି ସୁଫଳ ମିଳିଲାନି। ଏପରି ମଧ୍ୟ ଧାମନଗର ଅଞ୍ଚଳ ରୁ କିଚି ଚୋର ମଧ୍ୟ ଭଣ୍ଡାରିପୋଖରି ଅଂଚଳ ରେ ବିଭିନ୍ନ ମନ୍ଦୀର ରୁ ଚୋରିସହ ବିଭିନ୍ନ ଗାଡ଼ି ରୁ ମଧ୍ଯ ବ୍ୟାଟେରୀ ଚୋରିବୃଦ୍ଧି ପାଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଥାନା ଅଧିକାରି ଗୋପାଳ ଜେନା ଓ ଭଣ୍ଡାରି ପୋଖରୀ ଥାନା ଅଧିକାରି କମଳା କାନ୍ତ ଦାସ ଙ୍କ ମିଳିତ ଭାବେ ଚଡାଉ କରିଥିଲେ । ଏହି ଘଟଣା ରେ ଧାମନଗର ଅଂଚଳ ର କାଜିମହଲା ଅଂଚଳ ରେ ଜଣେ ଚୋର କୁ ଗିରଫ କରା ଯାଇଛି। ତାଙ୍କ ଠାରୁ ବିପୁଳ ମନ୍ଦିର ର ସାମଗ୍ରୀ ଜବତ କରା ଯାଇଚି। ଏହି ଘଟଣା ରେ ଅନ୍ୟ ତିନି ଜଣଙ୍କୁ ସନ୍ଦେହ ରେ ପୋଲିସ ଅଟକ ରଖି ପଚରା ଉଚରା କରୁଛି।ତେବେ ଘଟଣା ରେ ଆହୁରି ଚୋର ସାମିଲ ଥିବାରୁ ପୋଲିସ ର ଅଧିକ ତଦନ୍ତ ଜାରି ରହି ଥିବାରୁ କିଛି ଲୁକ୍କାୟିତ ରଖା ଯାଇଛି। ଏସଡିପିଓ ସମସ୍ତ ଘଟଣାର ଗୋଟେ ଦିନ ପରେ ସୂଚନା ଦେବେ ବୋଲି ଭଣ୍ଡାରି ପୋଖରୀ ଓ ଧାମନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି।







