Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ବାଲେଶ୍ୱର ଖଣି ବିଭାଗର ଚଢ଼ଉ, ଧରା ପଡ଼ିଲା ବାଲି ବୋଝେଇ ଟ୍ରାକ୍ଟର, ସାମ୍ୱାଦିକଙ୍କୁ...

ଧାମନଗର ଅଂଚଳରେ ବାଲେଶ୍ୱର ଖଣି ବିଭାଗର ଚଢ଼ଉ, ଧରା ପଡ଼ିଲା ବାଲି ବୋଝେଇ ଟ୍ରାକ୍ଟର, ସାମ୍ୱାଦିକଙ୍କୁ ଧମକ

28

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଂଚଳ ରେ ବିଭିନ୍ନ ନଦୀରୁ ବେଆଇନି ଭାବେ ବାଲି ଚୋରାରେ ବାଲିମାଫିଆ ମାନେ ବାଲି ଚୋରୀ କରୁଥିବା ବେଳେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନଥିଲା ବେଳେ ବାଲି ଚୋରୀ ବଢିବାରେ ଲାଗିଛି।ଭଦ୍ରକ ଖଣି ବିଭାକୁ ଓ ଧାମନଗର ଏବଂ ଧୁଶୁରୀ ଥାନା ର ତଳ କର୍ମଚାରି ମାନେ ବାଲି ମାଫିଆ ଙ୍କ ସହ ହାତକରୀ ଏହି ଚୋରାବାଲି କାରବାର କୁ ପ୍ରଶୟ ଦେଉଛନ୍ତି। ପ୍ରକାଶ ଥାଉକି ଧାମନଗର ତହସିଲ ଅଧିନ ଆନନ୍ଦପୁର, ସୋହଡ଼ା, ପଧାନି, ଅର୍ଜୁନପୁର ଆଦି ପଂଚାୟତରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଉତୋଳନ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଆନନ୍ଦପୁରର ପଣସମାହାରା, ମାନଲାପୁର ଓ ଉତେଇପୁର ଘାଟ, ସୋହଡ଼ାର ଷେଣ୍ଢପୁର ଓ କଂଟାପାରୀ, ଅର୍ଜ୍ଜୁନପୁରର ମମାଡୁଲା, ପଧାନିର ଦଶନ୍ଧିକୂଳଠାରେ ବାଲି ଚୋରି ହେଉଛି। ସ୍ଥାନୀୟ ଗାଡ଼ି ମାଲିକମାନେ ରାତିରେ ଡୋଜର ଲଗାଇ ନଦୀ ଗର୍ଭରୁ ବାଲି ଉଠାଉଛନ୍ତି। ସେହି ବାଲିକୁ ଟ୍ରାକ୍ଟର ଓ ଟ୍ରକ ଜରିଆରେ ଚାଲାଣ କରୁଛନ୍ତି। ପ୍ରକାଶ ଯୋଗ୍ୟଯେ ଆନନ୍ଦପୁର ନିକଟସ୍ଥ ବୈତରଣୀ ନଦୀ ର ସିଦ୍ଧେଶ୍ୱର ପୋଲ ନିକଟରୁ ଅହରହ ବାଲି ଚୋରୀ ହେଉଥିବାରୁ ଉକ୍ତ ପୋଲ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି । ଏ ନେଇ ବୁଧବାର ସଂଧ୍ୟା ରେ ଯେସିବି ଲଗାଇ ବାଲି ଚୋରି କରୁଥିବା ବେଳେ ଆନନ୍ଦପୁର ଅଂଚଳ ର ଜୈନିକ ସାମ୍ୱାଦିକ ଉକ୍ତ ଫଟ ଉଠାଉ ଥିବାବେଳେ ବାଲି ମାଫିଆ ମାନେ ଉକ୍ତ ସାମ୍ୱାଦିକ ଙ୍କୁ ବିଭିନ୍ନ ଧମକ ଦେବା ଶହ ଗାଳିଗୁଲଜ କରିଥିଲେ । ଏ ନେଇ ସାମ୍ୱାଦିକ ଜଣ ଙ୍କ ଭଦ୍ରକ ଜିଲାପାଳ ଙ୍କୁ ଫୋନ ଯୋଗେ ଏହି ବାଲି ସଂପର୍କ ରେ ଅଭିଯୋଗ କରିବା ପରେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତ ରାୟ ଭଦ୍ରକ ଖଣି ବିଭାଗ କୁ ନ ଜଣାଇ ବାଲେଶ୍ୱର ଖଣି ବିଭାଗ କୁ ନିର୍ଦେଶ ଦେଇଥିଲେ ।ଜିଲାପାଳ ଙ୍କ ନିର୍ଦେଶ କ୍ରମେ ଗୁରୁବାର ସକାଳୁ ବନ୍ଧୁକ ଧାରୀ ପୋଲିସ ସହ ବାଲେଶ୍ୱର ଖଣି ବିଭାଗ ଦିଗ ବଦଳେଇ ଭଣ୍ଡାରିପୋଖରି ଥାନା ଦେଇ ଆନନ୍ଦପୁର ବାଲି ଘାଟ ରେ ପହଂଚିଥିଲେ ।ସେଠାରେ ଗୋଟେ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରି ଧାମନଗର ପୋଲିସ କୁ ଜିମା ଦେଇ ଛନ୍ତି।ଉକ୍ତ ଘଟଣା କୁ ନେଇ ସ୍ଥାନୀୟ ଅଂଚଳ ରେ ମୃଦୁ ଉତେଜନା ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.