Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଜାଗରଯାତ୍ରା

ଧାମନଗର ଅଂଚଳରେ ଜାଗରଯାତ୍ରା

43

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ଜାଗରଯାତ୍ରା କୋଭିଡ କଟକଣାକୁ ଲକ୍ଷ କରି ନିରାଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଆଜି ଶୈବ ଭକ୍ତ ମାନେ ଉପବାସ ରହି ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ଚୂଢାକୁ ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିର ପରିସରରେ ବସି ରହିଥିଲେ । ବ୍ଲକର ପ୍ରସିଦ୍ଧ ଶୈବପୀଠ ଖିଲାଳେଶ୍ୱର ମନ୍ଦିରରେ ଆଜି ପ୍ରାତଃରୁ ପହଡ ଖୋଲିବା ପରେ ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଚାଲିଥିଲା । ରାତିରେ ମନ୍ଦିର ଚୂଢାରେ ମହାଦୀପ ଉଠିଛି । ଶୈବ ଭକ୍ତମାନଙ୍କ ଗହଳିକୁ ଲକ୍ଷକରି ସେଠାରେ ଧାଡି ବ୍ୟବସ୍ଥା କରାଯାଇଛି । ସେହିପରି ରାଧାବଲ୍ଲଭପୁର ବାବା ରାମେଶ୍ୱର ମହାଦେବ, ଧାମନଗରର ଧର୍ମେଶ୍ୱର ମହାଦେବ, ଗଢଗଢିଆ ମହାଦେବ, ଘଟେଶ୍ୱର, ନିଳକଣ୍ଠେଶ୍ୱର, କଲ୍ୟାଣୀର ଉତରେଶ୍ୱର, ଆନନ୍ଦପୁର ହରିହର ମହାଦେବ, ଜାନକେଶ୍ୱର, ଫଳପୁରର ଅରଳେଶ୍ୱର, ଅର୍ଜୁନପୁରର ବାଲୁଙ୍କେଶ୍ୱର, ଆମ୍ବିଳିଗାଁର ଆମ୍ବିଳେଶ୍ୱର ଆଦି ବିଭିନ୍ନ ଶୈବ ପୀଠମାନଙ୍କରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସେହିପରି ବ୍ଲକର ଧୂଷୁରୀ, ପାଳସାହି, ପାୟାସାହି, ବେତାଳିଗାଁ, କୋଠାର, ବୟାଙ୍ଗଡିହ, ଗୋବିନ୍ଦପୁର, ଦଇପୁର, ଚୁଡାକୂଟୀ, ଦଳାଙ୍ଗ, ପଧାନୀ, ସୋହଡା, ଅସୁରାଳି, ଭଗବାନପୁର, ନଦୀଗାଁ ଆଦି ପଂଚାୟତ ମାନଙ୍କରେ ଥିବା ମହାଦେବ ମନ୍ଦିର ମାନଙ୍କରେ ଜାଗରଯାତ୍ରା କୋଭିଡ କଟକଣା ପାଳନ କରାଯାଇ ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.