Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଏବେବି ବର୍ଷାଜଳ କମିବାରେ ନା ଧରୁନି, ଅସୁରାଳି ବନ୍ୟାଂଚଳରେ ସ୍ଥିତି ଅନୁଧ୍ୟାନ କଲେ...

ଧାମନଗର ଅଂଚଳରେ ଏବେବି ବର୍ଷାଜଳ କମିବାରେ ନା ଧରୁନି, ଅସୁରାଳି ବନ୍ୟାଂଚଳରେ ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

15

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଦାନା ପ୍ରଭାବ ରେ ଧାମନଗର ବ୍ଲକ ରେ ବିଭିନ୍ନ ପଂଚାୟତ ରେ ଲଗାଣ ବର୍ଷା ଦ୍ୱାରା ଚାଷ ଜମି ଜଳ ଭରି ରହି ଥିବାବେଳେ ରାସ୍ତା ଘାଟ ରୁ ମଧ୍ୟ ବର୍ଷା ଜଳ ବୁଡ଼ିକି ରହିଛି ।ଧାମନଗର ଫଳପୁର ରାସ୍ତା ରେ ମଧ୍ୟ ପାଣି ବୁଡ଼ି ରହିଛି। ସେହିପରି ରେବ ଏବଂ କପାଳି ନଦୀର ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଅଂଚଳ ଅସୁରାଳିର ହାତିଆପଡ଼ା, ତୋରବନ୍ତିଆ, କାକୁଡିଗଡ଼ିଆ, ଲେଞ୍ଜରା, ଉଚ୍ଚପଦା, ଗଡ଼ିଆଳି, ଝାରଡିଆ, ମଲ୍ଲିକପାଟଣା,ହଂସପୁର,ଶ୍ରୀରାମପୁର,ପତ୍ରିବିନ୍ଧା,କାସିମପୁର,ଫତେପୁର ଆଦି ଅନେକ ସ୍ଥାନକୁ ଆଜି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଇ ଲୋକ ଙ୍କ ସମସ୍ୟା ବୁଝି ଥିଲେ।ଏବେବି ପାଣି ଘେରରେ ଥିବା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ।ଏଥି ସଙ୍ଗେ ସଙ୍ଗେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ଏବଂ ପ୍ରଭାବିତ ରାସ୍ତା ଘୋଷରା ଆଦିର ସ୍ଥିତି ଅନୁଧ୍ୟାନ କରିଥିଲେ। ଡ୍ରେନେଜ ବ୍ୟବସ୍ତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.