Home ଜିଲ୍ଲା ପରିକ୍ରମା ଧାମନଗର:୧୯ଜଣ ଶିକ୍ଷକଙ୍କୁ ତୃତୀୟ ବର୍ଗକୁ ପଦୋନ୍ୱତି ଆଦେଶପତ୍ର ପ୍ରଦାନ

ଧାମନଗର:୧୯ଜଣ ଶିକ୍ଷକଙ୍କୁ ତୃତୀୟ ବର୍ଗକୁ ପଦୋନ୍ୱତି ଆଦେଶପତ୍ର ପ୍ରଦାନ

78

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରୁ ୧୯ଜଣ ଚତୁର୍ଥ ବର୍ଗର ପ୍ରଧାନଶିକ୍ଷକ ମାନଙ୍କୁ ପଦୋନ୍ୱତି ପ୍ରଦାନ କରାଯାଇଛି । ତୃତୀୟ ବର୍ଗକୁ ଆଦ୍ଦେଶ ପତ୍ର ପ୍ରଦାନ କରାଯାଇଛି । ଏନେଇ ଧାମନଗର ସରକାରୀ ବାଳିକା ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷକ ଭାବଗ୍ରାହୀ ଖୁଂଟିଆଙ୍କ ସଭାପତିତ୍ୱରେ ଏକ ଆର୍ଦେଶପତ୍ର ବଂଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଇଓ ପିତାମ୍ବର ବାରିକ, ଏବିଇଓ ଶ୍ରୀଚରଣ ମଲ୍ଲିକ ଓ ଭୀମସେନ ହୋ, ପ୍ରାକ୍ତନ ଏବିଇଓ ନିରଞ୍ଜନ କର, କାର୍ଯ୍ୟାଳୟ ମୁଖ୍ୟ କିରାଣୀ ନିରାକାର ବାରିକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ ଶାନ୍ତିଲତା ପତିଙ୍କୁ ହରିହଂସ ଉପ୍ରା ବିଦ୍ୟାଳୟ, ଜୟନ୍ତୀ ପଣ୍ଡାଙ୍କୁ ତିନିଘରିଆ ଉପ୍ରା ବିଦ୍ୟାଳୟ, ସୁକାନ୍ତି ଦାସଙ୍କୁ ତଳଅସ୍ତକ ବିଦ୍ୟାଳୟ, ତିଳୋତମ ପଣ୍ଡାଙ୍କୁ ଲୁଣିଆ ବିଦ୍ୟାଳୟ, ଭାରତୀ ମଲ୍ଲିକଙ୍କୁ ସୋଧ ପ୍ରାଥମିକ, କଳ୍ପନା ତ୍ରିପାଠୀଙ୍କୁ ଜୟନଗର ପ୍ରାଥମିକ, ବାସନ୍ତୀଲତା ଓଝାଙ୍କୁ ମଙ୍ଗଳାପଦା ପ୍ରାଥମିକ, ବିଜୟଲକ୍ଷ୍ମୀ ନାୟକଙ୍କୁ ଦୋବଲ ପ୍ରାଥମିକ, ସତ୍ୟସୁନ୍ଦର ପରିଡାଙ୍କୁ ଦେଶବନ୍ଧୁ ନୋଡାଲ, ତପନ ଦ୍ୱିବେଦୀଙ୍କୁ ରାମେଶ୍ୱର ନୋଡାଲ, ରମେଶ ଚନ୍ଦ୍ର ପତିଙ୍କୁ ସୋରିଷଡିହ ବିଦ୍ୟାଳୟ, ହେମେନ୍ଦ୍ରନାଥ ମହାନ୍ତିଙ୍କୁ ମହେନ୍ଦ୍ର ନୋଡାଲ, ଅନିରୁଦ୍ଧ ଦାସଙ୍କୁ ନସଲାପୁର ପ୍ରାଥମିକ, ନକୁଳ ରାଉତଙ୍କୁ ସାହସପୁର ପ୍ରାଥମିକ, ପୂର୍ଣ୍ଣଚନ୍ଦ୍ର ପରିଡାଙ୍କୁ ଜାଗୁଳାଇ ନୋଡାଲ, ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ପଛାଲ ନୋଡାଲ, ହୃଷିକେଶ ବେହେରାଙ୍କୁ ପାହଡପୁର ନୋଡାଲ, ଗୋପାଳ ତ୍ରିପାଠୀଙ୍କୁ ଭଗବାନପୁର ନୋଡାଲ, ପଦ୍ମ କୁମାର ବଳଙ୍କୁ ଧାମନଗର ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ମିଳିଛି ବୋଲି ବିଇଓ ଶ୍ରୀ ବାରିକ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.